www.samajalive.in
Sunday, December 7, 2025
15.1 C
Bhubaneswar

କୋଭିଡ ସମୟରେ ସରକାରୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି 

ବୌଦ୍ଧ : କୋଭିଡ ସମୟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମକୁ ନେଇ ବୌଦ୍ଧ ଜିଲା ବିଜେପି ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଜିଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନା ପାଇଁ ଯୋଗାଇ ଦିଆଯାଇଥିବା ପାଣ୍ଠିରେ ଗତକାଲି ଟାଉନହଲଠାରେ ତୁଣ୍ଡି ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଯାହାକୁ ଜିଲା ବିଜେପି ଦୃଢ ବିରୋଧ କରିଛି। କୋଭିଡ ସମୟରେ ଲୋକଙ୍କୁ ଏକତ୍ରିତ କରି କାର୍ଯ୍ୟକ୍ରମ ଆୟୋଜନ ବିପର୍ଯ୍ୟୟ ପରିଚାଳନା ଆଇନ ବିରୋଧି ବୋଲି ବିଜେପି ଅଭିଯୋଗ କରି ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଜିଲା ବିଜେପି କାର୍ଯ୍ୟାଳୟଠାରେ ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ସାଧାରଣ ନିର୍ବାଚନର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ଶୁଶାନ୍ତ କୁମାର ପ୍ରଧାନ ଯୋଗଦେଇ କରୋନା ମହାମାରୀ ସମୟରେ ଜିଲାବାସୀ ସ୍ୱାସ୍ଥ୍ୟ ସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ସମୟରେ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ବଦଳରେ ବିଧାୟକ ଦୂରେଇ ରହିଥିଲେ। ଗୋଟିଏ ସ୍ଥାନରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ କୋଭିଡ ନିୟମ ଉଲଂଘନ କରିଥିବା ସେ ଅଭିଯୋଗ କରିଥିଲେ।

ଓ ରବିବାର ଜିଲାରେ ସଟଡାଉନ ଲାଗୁ ରହିଥିବାବେଳେ କିଭଳି ଭାବରେ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରାଗଲା ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ଉଠାଯିବା ସହିତ ମହାମାରୀ ଆଇନ ୨୦୨୦ ଆଧାରରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଏକ ନିର୍ଦ୍ଦିଷ୍ଟ ଅଙ୍ଗନବାଡି କେନ୍ଦ୍ରର କିଛି ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ତେବେ କେଉଁ ପରିସ୍ଥିତିରେ ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତା’ର ତଦନ୍ତ କରିବାକୁ ବିଜେପି ଦାବି କରିବା ସହ ସରକାରୀ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲଂଘନ କରାଯାଇଥିବାରୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏହାବ୍ୟତୀତ ଜିଲାରେ କୋଭିଡ ମୃତ୍ୟୁ ହାର ବଢି ଚାଲିଥିବାବେଳେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଚିକତ୍ସା ପାଇଁ ରହିଥିବା ସମସ୍ୟା ଓ ସୁବିଧା ସୁଯୋଗ ନେଇ ଜିଲାପାଳ ଓ ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିବ ବୋଲି ଜିଲା ବିଜେପି ସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ ରୋଗୀଙ୍କ ପାଇଁ ଏକ ଆଇସିୟୁ ଆମ୍ବୁଲାନ୍ସ ଯୋଗାଇଦେବା ସହିତ ସିଟିସ୍କାନ ମେସିନ ସ୍ଥାପନ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି। ତେବେ ଟାଉନହଲ ଭିତରେ ଆୟୋଜିତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସରକାରୀ ଓ କୋଭିଡ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରୋନା ଗାଇଡଲାଇନ ପାଳନ କରାଯାଇ ଆୟୋଜନ କରାଯାଇଥିବାବେଳେ କୌଣସି ଶିଶୁକୁ ଆମନ୍ତ୍ରିତ କରାଯାଇନଥିବା କୁହାଯାଇଛି। ଏକ ଅଙ୍ଗନବାଡି କେନ୍ଦ୍ରର କିଛି ଶିଶୁ ଭୁଲବଶତଃ କାର୍ଯ୍ୟକ୍ରମକୁ ଚାଲି ଆସିଥିବାବେଳେ ସେମାନଙ୍କୁ ତୁରନ୍ତ ସେଠାରୁ ଫେରାଇ ଦିଆଯାଇଥିବା ଜଣାପଡିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେପିର ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ ଓ ମୁଖ୍ୟ ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories