ଗୁରୁବାର ରାଶିଫଳ

ମେଷ: ମୂଲ୍ୟବାନ୍‍ ଦ୍ରବ୍ୟ ମିଳି ପାରେ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ପ୍ରମୋଦ-ବିଳାସରେ ଦିନଟି ବିତିବ। କର୍ମତତ୍ପରତା ପ୍ରକାଶ ପାଇବ। ସରକାରୀ ଅର୍ଥ ମିଳିବ। କୀର୍ତ୍ତିମାନ୍‍ ହେବେ।
ବୃଷ: ପରୋପକାର କରି ଆତ୍ମତୃପ୍ତି ଲାଭ କରିବେ। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ସମୃଦ୍ଧି ପଥରେ ଆଗକୁ ବଢ଼ିବେ।
ମିଥୁନ: ମନ ପ୍ରସନ୍ନ ରହିବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଓ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ବିରତ ହେବା ଉଚିତ୍‍। ଜଳଯାତ୍ରା ମନା।
କର୍କଟ: କାର୍ଯ୍ୟ ଓ ଦାୟିତ୍ୱରେ ପରିବର୍ତ୍ତନ ଘଟିବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ମାନ୍ୟତା ମିଳିବ। ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ପତ୍ନୀଙ୍କ କାର୍ଯ୍ୟ କଳାପ ଗୃହଲକ୍ଷ୍ମୀ ଭଳି ହେବ।
ସିଂହ: କର୍ମ ଅନୁସାରେ ଫଳପ୍ରାପ୍ତ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଧନ-ମନ-ଯୌବନ ଦୃଢ଼ ସ୍ଥିତିରେ ରହିବ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ନୃତ୍ୟ-ସଙ୍ଗୀତପ୍ରିୟ ହେବେ। ସତ୍‍କର୍ମରେ ଦୀକ୍ଷିତ ହେବେ।
କନ୍ୟା: ଅଭାବ ଦୂରେଇ ଯିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ପଠନ-ଲିଖନ ଉପରେ ଉପଯୁକ୍ତ ଧ୍ୟାନ ଦେଇ କୃତକାର୍ଯ୍ୟ ହେବେ। କନ୍ୟା, ପୁତ୍ର, ପୌତ୍ରାଦି ଲାଭ କରିପାରନ୍ତି। ନିରୀହ ସ୍ୱଭାବର ହେବେ। ଧର୍ମ ବିଧାନରେ ଦକ୍ଷ ହେବେ।
ତୁଳା: ଚାଲୁ ରହିଥିବା କାର୍ଯ୍ୟ ଯୋଗୁ ଉପକୃତ ହୋଇପାରନ୍ତି। ନୈତିକତା ବୃଦ୍ଧି ପାଇବ। ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି। ସମ୍ମାନ ବୃଦ୍ଧି ହୋଇପାରେ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ସର୍ବାଙ୍ଗୀଣ ଉନ୍ନତି ହେବ।
ବିଛା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‍ ହେବାକୁ ପଡ଼ିପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଯଶସ୍ୱୀ ହେବେ। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ଦେବ ଦର୍ଶନର ଯୁଯୋଗ ଅଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବ୍ୟବସାୟରେ ଉନ୍ନତି ଘଟିବ।
ଧନୁ: ମାନସିକ ଅବସ୍ଥା ସୁସ୍ଥ ରହିବ। ସ୍ୱାଧୀନ ତଥା ଇଚ୍ଛାଧୀନ କାର୍ଯ୍ୟ ନକରି ପରାମର୍ଶ ଦେବେ। ଭାଗ୍ୟଶାଳୀ ହେବେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍‍ ହେବେ।
ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ବିଭିନ୍ନ ସ୍ତରରୁ ପ୍ରଶଂସା ମିଳିବ। ମନରେ ପ୍ରସନ୍ନତା ଭାବ ଉଦୟ ହେବ। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି।
କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କେହି ପଥରୋଧ କରିବାକୁ ଉଦ୍ୟମ କରିବେ; ମାତ୍ର ଆପଣ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଉପୁଜିଥିବା ସମସ୍ୟା ଦୂର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଖର୍ଚ୍ଚାନ୍ତ ହେବେ।
ମୀନ: ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନ-ବାହନ ସୁଖ ମିଳିବ। କୀର୍ତ୍ତିମାନ୍‍ ହେବେ। ଭୋଗୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭଲ ଆୟ ହେବ। ସର୍ବାଙ୍ଗୀଣ ଉନ୍ନତି ହେବ।

kalyan agarbati

Comments are closed.