www.samajalive.in
Saturday, December 6, 2025
23.1 C
Bhubaneswar

ରାମ ରହିମକୁ ଜେଡ଼୍‌ ପ୍ଲସ୍‌ ସୁରକ୍ଷା

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ଜେଡ଼୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଛି। ଖଲିସ୍ତାନ ସମର୍ଥକଙ୍କ ପକ୍ଷରୁ ରାମ ରହିମ ଜୀବନ ପ୍ରତି ବିପଦ ଥିବା ଗୃହ ମନ୍ତ୍ରଣାଳୟରୁ ସୂଚନା ମିଳିବା ପରେ ତାକୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ରାମ ରହିମ ଏବେ ୨୧ ଦିନିଆ ପାରୋଲରେ ଜେଲରୁ ବାହାରକୁ ଆସିଛି।
ସୂଚନାଯୋଗ୍ୟ, ସୁନାରିଆ ଜେଲରୁ ଆସିବା ପରେ ରାମ ରହିମକୁ ଗୁରୁଗ୍ରାମ ଡେରାରେ ରଖାଯାଇଛି। ଏଠାରେ ରହିବାକୁ ତାକୁ ପ୍ରଶାସନ ପକ୍ଷରୁ ପାରୋଲ ମିଳିଛି। ପୁଲିସ ସୁରକ୍ଷା ଦୃଷ୍ଟିରୁ ଚାରିଆଡ଼େ ଜାଲ ଲଗାଯାଇଛି। ସେ ଛାତରେ ଯେପରି ଦେଖା ନଯିବ ସେଥିପାଇଁ ପରଦା ଲଗାଯାଇଛି। ପର୍ଯ୍ୟାୟକ୍ରମେ ଅନେକ ସିଆଇଡି ଅଧିକାରୀ ମୁତୟନ ହୋଇଛନ୍ତି ଓ ସେମାନେ ପ୍ରତ୍ୟେକ ମୁହୂର୍ତ୍ତର ରିପୋର୍ଟ ମୁଖ୍ୟାଳୟକୁ ପଠାଉଛନ୍ତି। ରିପୋର୍ଟରେ ସେଠାକୁ ଆସୁଥିବା ଗାଡ଼ିଗୁଡ଼ିକର ନମ୍ବର ମଧ୍ୟ ପଠାଯାଉଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories