www.samajalive.in
Sunday, December 7, 2025
23.1 C
Bhubaneswar

ମାର୍ଚ୍ଚ ପହିଲାରୁ ଖୋଲିବ ଦିଲ୍ଲୀରେ ଚିଡିଆଖାନା

ନୂଆଦିଲ୍ଲୀ : ଅଳ୍ପ ଦିନ ପରେ ଖୋଲିବ ଦିଲ୍ଲୀ ଚିଡିଆଖାନା। ମାର୍ଚ୍ଚ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଚିଡିଆଖାନା। କରୋନା ମହାମାରୀର ୩ୟ ତରଙ୍ଗ ବୃଦ୍ଧି ପରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ଏହି ଚିଡିଆଖାନାଟି ମାର୍ଚ୍ଚ ୧ ରୁ ପର୍ୟ୍ୟଟକଙ୍କ ପାଇଁ ଖୋଲା ଯାଉଛି। କିନ୍ତୁ ବର୍ତ୍ତମାନ ସୀମିତ ସଂଖ୍ୟକ ପର୍ୟ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯିବ । ପର୍ୟ୍ୟଟକମାନେ କେବଳ ଅନଲାଇନରେ ଟିକେଟ୍ ପାଇବେ। ଚିଡିଆଖାନାର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହାକୁ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଚିଡିଆଖାନାର ୱେବସାଇଟରୁ ଟିକେଟ ଅନଲାଇନରେ ଉପଲବ୍ଧ ହେବ। ସାଧାରଣ ଦିନରେ ଏଠାରେ ୧୦ ହଜାର ପର୍ୟ୍ୟଟକ ଏଠାକୁ ଆସିଥାଆନ୍ତି।
କରୋନା ମହାମାରୀ କାରଣରୁ କଟକଣା ଅନୁଯାୟୀ ବନ୍ଦ ଥିବା ଚିଡିଆଖାନା କୁ ପୁନର୍ବାର ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ପଶୁମାନଙ୍କ ସୁରକ୍ଷା ପାଇଁ ପର୍ୟ୍ୟଟକମାନଙ୍କୁ ତୁଣ୍ଡି ଏବଂ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ । ସାନିଟାଇଜର ବ୍ୟବହାର ଏବଂ ଥର୍ମାଲ୍ ସ୍କ୍ରିନିଂ ପରେ ଚିଡିଆଖାନାରେ ପ୍ରବେଶ କରିପାରିବେ। ଭିତରେ ଖାଦ୍ୟ ଏବଂ ପାନୀୟ ସେବନ କରିବା ସମ୍ପୂର୍ଣ୍ଣ ନିଷେଧ ।
ଚିଡିଆଖାନାରେ ପ୍ରବେଶ କରିବା ପାଇଁ ଅନଲାଇନରେ ଟିକେଟ୍ ବୁକ୍ କରିବାର ବ୍ୟବସ୍ଥା ହେବ । ବ୍ୟବସ୍ଥା ଅନୁଯାୟୀ ଚିଡିଆଖାନାର ୱେବସାଇଟରେ କ୍ଲିକ୍ କରନ୍ତୁ । ଆପଣଙ୍କର ମୋବାଇଲ୍ ନମ୍ବର ଏବଂ ଏକ କୋଡ୍‍ (ସୁରକ୍ଷା କୋଡ୍) ଦେବେ। ଆପଣଙ୍କର ବିବରଣୀ (ନାମ, ଇମେଲ୍, ଇତ୍ୟାଦି) ପୁରଣ କରିବେ। ମୋବାଇଲରେ ଏକ ଓଟିପି ଆସିବ, ଯାଞ୍ଚ ପରେ ଟିକେଟ୍ ବୁକିଂ ସ୍କ୍ରିନ୍ ଉପଲବ୍ଧ ହେବ । ତା’ପରେ ଏକ ନିର୍ଦ୍ଦିଷ୍ଟ ସମୟର ସ୍ଲଟ୍ ଚୟନ କରିବାକୁ ହେବ ଏବଂ ଟିକେଟ୍ ସଂଖ୍ୟା ସ୍ଥିର କରିବାକୁ ପଡିବ । ଦେୟ ଦେବା ମାତ୍ରେ ଟିକେଟ୍ ବୁକ୍ ହେବ ।
ସୋମବାର ଦିନ ଚିଡିଆଖାନାର ନୂତନ ନିର୍ଦ୍ଦେଶକ ଭାବରେ ଧର୍ମଦେବ ରାୟ ନିଯୁକ୍ତ ହୋଇଥିଲେ। କେନ୍ଦ୍ର ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories