www.samajalive.in
Saturday, December 6, 2025
26.1 C
Bhubaneswar

୨୧ ଦିନିଆ ପାରୋଲରେ ରାମ ରହିମ; ଜେଲ ପରିସରରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଗୁରୁଗ୍ରାମ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସୁନାରିଆ ଜେଲରେ ଥିବା ଗୁରମିତ ରାମ ରହିମକୁ ହରିୟାଣା ସରକାର ୨୧ ଦିନିଆ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି। ଗୁରୁଗ୍ରାମ ଡେରାରେ ସେ ପୁଲିସ ତତ୍ତ୍ବାବଧାନରେ ରହିବ। ଏଥିପାଇଁ ପୁଲିସ ସୋମବାର ଜେଲ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି। ପୁଲିସ ତତ୍ତ୍ୱାବଧାନରେ ରାମ ରହିମକୁ ଜେଲରୁ ଗୁରୁଗ୍ରାମ ଡେରାକୁ ନିଆଯିବ। ଆରକ୍ଷୀ ଅଧୀକ୍ଷକ ଉଦୟ ସିଂହ ମୀନା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ପୁଲିସ ଅଧିକାରୀମାନଙ୍କ ସହ ତିନି ରାଉଣ୍ଡ ବୈଠକ କରି ସାରିଛନ୍ତି। ରାମ ରହିମକୁ ଆଣିବା ପାଇଁ ଗୁରୁଗ୍ରାମ ପୁଲିସ ସୁନାରିଆ ଜେଲରେ ପହଞ୍ଚିସାରିଛି। କଡ଼ା ସୁରକ୍ଷା ମଧ୍ୟରେ ଦିନ ୪ଟା ପରେ ତାକୁ ଦକ୍ଷିଣ ଗୁରୁଗ୍ରାମରେ ସ୍ଥିତ ଡେରାକୁ ନିଆଯିବ।  ଅପରପକ୍ଷେ, ପଞ୍ଜାବ ନିର୍ବାଚନ ପୂର୍ବରୁ ପାରୋଲ ମିଳିବାକୁ ନେଇ ଅନେକ ରାଜନୈତିକ ଅର୍ଥ ମଧ୍ୟ ବାହାର କରାଯାଉଛି।

୨୦୧୭ଠୁ ଏପର୍ଯ୍ୟନ୍ତ ଜେଲରେ ରହିବା ଭିତରେ ରାମରହିମକୁ ପ୍ରଥମ ଥର ପାଇଁ ୨୧ ଦିନିଆ ପାରୋଲ ମିଳିଛି। ତେବେ ପୂର୍ବରୁ ମାଆଙ୍କୁ ଭେଟିବା ପାଇଁ ୧୨ ଘଣ୍ଟାର ପାରୋଲରେ ସେ ଗୁରୁଗ୍ରାମ ଆସିଥିଲା।

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories