www.samajalive.in
Sunday, December 7, 2025
14.1 C
Bhubaneswar

ଗୁପଚୁପ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ

ବେଳେବେଳେ ଆମେ ବଜାର ବୁଲିବାକୁ ଗଲେ ଚାଟ, ଗୁପଚୁପ ଇତ୍ୟାଦି ଖାଇବାକୁ ଇଚ୍ଛା ହୋଇଥାଏ। କୁହାଯାଏ ଯେ, ଏହା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ। ଗୁପଚୁପ ଖାଇବା ଦ୍ୱାରା ଆମ ପେଟ ଖରାପ ହୋଇଥାଏ। ଗୁପଚୁପର ନାଁ ଶୁଣିଲେ ଅନେକଙ୍କ ମୁହଁରେ ପାଣି ଆସିଯାଏ। ଏହି ଗୁପଚୁପ ସ୍ୱାଦଯୁକ୍ତ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ଅଟେ।ଏସିଡିଟି ସମସ୍ୟା: ଗୁପଚୁପର ପାଣି ପ୍ରସ୍ତୁତ କରିବା ପାଇଁ ସେଥିରେ ଜିରା, ଗୋଲ ମଚିଚ ଓ କଳା ଲୁଣ ବ୍ୟବହୃତ କରାଯାଇଥାଏ। ଏହା ସ୍ୱାଦଯୁକ୍ତ ହେବା ସହ ଆପଣଙ୍କର ପେଟ ସମସ୍ୟାକୁ ଦୂର କରିଥାଏ। ଗୁପଚୁପ ପାଣି ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।
ଓଜନ କମ କରିଥାଏ: ଯଦି ଆପଣ ଓଜନ କମ କରିବାକୁ ଚାହୁଁଥାନ୍ତି ତେବେ ଗୁପଚୁପ ପାଣି ଲାଭଦାୟକ ହୋଇଥାଏ। ଗୁପଚୁପ ପାଣି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ମସଲା ଦେହ ନିମନ୍ତେ ଉପକାରୀ ଅଟେ। ଏହା ଆମ ପାଚନ କ୍ରିୟାକୁ ଠିକ ଭାବେ ପରିଚାଳିତ କରିଥାଏ।ପାଟିର ଛାଲ ଠିକ କରେ: ଗୁପଚୁପ ପାଣି ପ୍ରସ୍ତୁତ କରିବା ପାଇଁ ସେଥିରେ ରାଗ ଓ ଖଟାମିଠା ମସଲା ବ୍ୟବହୃତ କରାଯାଇଥାଏ। ଏହି ମସଲା ପାଟି ଭିତରେ ସୃଷ୍ଟି ହେଉଥିବା ଛାଲକୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ। ଏହି ପାଣି ପେଟ ସମସ୍ୟା ଦୂର କରି ପାଟିର ଛାଲ ଭଲ କରିଥାଏ।
ଦେହ ଭଲ ନ ଲାଗିବା: ବେଳେବେଳେ ଦେହ ଭଲ ନ ଲାଗି ଅସ୍ତବ୍ୟସ୍ତ ଲାଗିଥାଏ। ତେବେ ଏହି ସମୟରେ ଗୁପଚୁପ ଖାଇଲେ ଆଶ୍ୱସ୍ତି ମିଳିଥାଏ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories