ଗୁଣୁପୁରରେ ଖୋଲିଲା କୋଭିଡ କେୟାର ସେଣ୍ଟର

ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଆଜିଠାରୁ କାର୍ଯ୍ୟକ୍ଷମ ହେଲା କୋଭିଡ କେୟାର ସେଣ୍ଟର। ବିକ୍ରମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଗତ ଏକ ମାସ ମଧ୍ୟରେ ଗୁଣୁପୁର ସହରରେ ପ୍ରାୟ ଚାରି ଶହ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସା ପାଇଁ ଏଠାରୁ ୭୦ କିଲୋମିଟର ଦୂର ରାୟଗଡା ଜେକେପୁର ଯିବାକୁ ପଡୁଥିଲା।

ଇତି ମଧ୍ୟରେ ଅନେକ ରୋଗୀ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଥିବା ବେଳେ ଗୁଣୁପୁର ଠାରେ ଏକ ଚିକିତ୍ସାଳୟ ଖୋଲିବାକୁ ଦାବି ହେଉଥିଲା। ପ୍ରଶାସନ ପକ୍ଷରୁ ଆଜି ଏଠାରେ ୧୪ ଜଣ କର୍ମଚାରୀଙ୍କୁ ନେଇ କୋଭିଡ କେୟାର ସେଣ୍ଟର ଆରମ୍ଭ କରାଯାଇଛି।

Comments are closed.