ଚୋରା ବନ୍ଧୁକ ଚାଲଣ ଅଭିଯୋଗରେ ଜଣେ ଗିରଫ, ୪ ବନ୍ଧୁକ ଜବତ
ସମ୍ବଲପୁର: ବେଆଇନ ଚୋରା ବନ୍ଧୁକ ଚାଲଣ ଅଭିଯୋଗରେ ଜଣେ ବିହାରୀ ବନ୍ଧୁକ ବେପାରୀକୁ ସମ୍ବଲପୁର ପୁଲିସ ଆଜି ଗିରଫ କରିଛି । ଗିରଫ ବେଳେ ଅଭିଯୁକ୍ତଙ୍କ ନିକଟରୁ ୪ଟି ବନ୍ଧୁକ ଓ ୨ଟି ବୁଲେଟ୍ ଗାଡି ସହ ଗୋଟିଏ କାର୍ ଜବତ ହୋଇଛି। ଅଭିଯୁକ୍ତଙ୍କ ନାମ ହେଲା ଦୀପକ ଯାଦପ ଓ ତାଙ୍କ ଘର ବିହାରରେ ବୋଲି ଜଣାପଡିଛି । ସେ ବିହାରରୁ ଚୋରା ବନ୍ଧୁକ ଆଣି ସମ୍ବଲପୁର, ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଚାଲଣ କରୁଥିଲା । ଆଜି ସକାଳେ ଏକ କାରରେ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ନେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ରାସ୍ତାରେ ଚଢଉ କରି ଗିରଫ କରିଥିଲା।