www.samajalive.in
Saturday, December 13, 2025
23.1 C
Bhubaneswar

୪ଟି ସ୍ଥାନରେ ଅଗ୍ନିକାଣ୍ଡ, ଜଳିଗଲା ୧୮ ବଖରା ଘର ସହ ପ୍ୟାରିସ୍ ବେକରୀ

କଟକ:  ବିଭିନ୍ନ ସ୍ଥାନରେ ନିଆଁ ଲାଗି କାହାର ଘର ଓ ଆସବାବ ପତ୍ର ଜଳିଯାଇଛି, ତ ଆଉ କାହାର ଲକ୍ଷ ଲକ୍ଷ ଟଙ୍କାର ଧନ ସମ୍ପତ୍ତ ନଷ୍ଟ ହୋଇଛି ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ। କଟକ ଜିଲା ଆଠଗଡ ସ୍ଥିତ ହରିଜନ ସାହିରେ ଆଜି ଭୋର ୪ଟାରୁ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଜଳି ଯାଇଛି। ଏହା ସହ ଘରର ଆସବାବ ପତ୍ର ମଧ୍ୟ ଜଳି ଯାଇଛି ।

ଆଜି ସକାଳେ ବାଲେଶ୍ୱର ଷ୍ଟେସନ ଛକ ସ୍ଥିତ ପ୍ୟାରିସ୍ ବେକରୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି । ପ୍ୟାରିସ୍ ବେକରୀରେ କାମ କରୁଥିବା ୪ ଜଣ ଷ୍ଟାଫ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ତେବେ ଆଜି ସକାଳ ୫ଟାରେ ପ୍ୟାରିସ୍ ବେକରୀରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ୫ ଲକ୍ଷ ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।

- Advertisement -

ସେହିପରି ଗତକାଲି ଅନୁଗୁଳ ଜିଲାରେ ବିବାହ ଶୋଭାଯାତ୍ରା ବେଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।  ଅନୁଗୁଳ ଜିଲା କୁମଣ୍ଡ ଗାଁରେ ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ର ଯାଉଥିବା ବେଳେ ଜଣଙ୍କ ଘର ଉପରେ ବାଣ ପଡି ଦୁଇ ବଖରା ଜଳି ଯାଇଛି । ଏହା ସହ ଘରେ ଥିବା ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡି ଯାଇଛି । ସହରରୁ କୁମଣ୍ଡା ଗାଁ ମାତ୍ର ୫ କିମି ହୋଇଥିବଳ ବେଳେ ଦମକଳ ବାହିନୀ ପହଞ୍ଚିଲା ବେଳକୁ ଘର ଜଳି ସାରିଥିଲା।

ସେହିପରି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଳକ ବାଲାଜି ପଲ୍ଲୀ ଗାଁରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ବଖରା ଘର ଜଳି ଯାଇଛି । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭଇଥିଲେ । ଏଯାବତ୍ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories