www.samajalive.in
Tuesday, December 9, 2025
26.1 C
Bhubaneswar

ବନ୍ଧୁକ କିଣାବିକା ବେଳେ ୨ ବନ୍ଧୁକ ବେପାରୀ ସମେତ ୭ ଗିରଫ

କଟକ ଚାଉଳିଆଗଞ୍ଜ ଥାନା ପୁଲିସ ଆଜି ୨ ଜଣ ବନ୍ଧୁକ ବେପାରୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭ଟି ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି, ଏକ କାର୍‍, ଗୋଟିଏ ବାଇକ୍‍, ଏକ ହିରୋ ଆକ୍ଟିଭା ଗାଡି ଓ ୬ଟି ମୋବାଇଲ୍‍ ଜବତ କରିଛି ପୁଲିସ। ଏ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି ଯେ, ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ କାଳିଆବୋଦା ମଠ ପାଖ ଗୁରୁକ୍ଷେତ୍ର ପଡ଼ିଆ ନିକଟରେ ବନ୍ଧୁକ କିଣାବିକା ନେଇ ଡିଲ୍‍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‍ ସେଠାରେ ଚଢ଼ଉ କରିଥିଲା। ଘଟଣାରେ ବନ୍ଧୁକ ବେପାରୀ କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଏବଂ ବିଜୟର ଅନ୍ୟତମ ସହଯୋଗୀ ଜଗା ଦାଶକୁ ପୁଲିସ ଗିରଫ କରିଛି। ମାମଲାରେ ଅନ୍ୟ ୫ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

- Advertisement -

ସୂଚନା ଅନୁଯାୟୀ, ବିଜୟ ଟିଟୋ ଗ୍ୟାଙ୍ଗର ସଦସ୍ୟ ଏବଂ ଗ୍ୟାଙ୍ଗଷ୍ଟାର୍‍ ସୁଲେମାନ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଥିଲା। ସେ ନିକଟରେ କୋର୍ଟରୁ ଜାମିନ୍‍ ପାଇବା ସହ ଜେଲରୁ ମୁକୁଳିଛି। ବନ୍ଧୁକ କାରବାର ନେଇ ବିହାରର ମୁଙ୍ଗେର ସହ ଏମାନଙ୍କ ଲିଙ୍କ୍‍ ଥିବା ପୁଲିସ କହିଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories