www.samajalive.in
Saturday, December 6, 2025
23.1 C
Bhubaneswar

ଝୁଲାପୋଲ ଛିଡ଼ିବା ଘଟଣା; ମୃତ୍ୟୁସଂଖ୍ୟା ୧୩୪କୁ ବୃଦ୍ଧି, ରୁଜୁ ହେଲା ମାମଲା

ଗୁଜରାଟ: ମାର୍ବିରେ ଝୁଲାପୋଲ ଛିଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୧୩୪ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ମଧ୍ୟ ଆଉ ୨ଜଣ ନିଖୋଜ ଥିବା କହିଛି ପୁଲିସ । ଗତକାଲି ଏହି ଦୁର୍ଘଟଣା ହୋଇଥିବା ବେଳେ ଏନଡିଆରଏଫ୍‌ ଓ ଏସଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରଖିଛନ୍ତି । ରାତି ତମାମ ଉଦ୍ଧାର ପାଇଁ ପ୍ରାୟସ କରିଛନ୍ତି ଉଦ୍ଧାରକାରୀ ଦଳ । ଖାଲି ସେତିକି ନୁହେଁ, ବାୟୁ ସେନା ଓ ନୌସେନା ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଘଟଣାକୁ ଗମ୍ଭୀରତାର ନେବା ସହ ଗୁଜରାଟ ସରକାର ଏସଆଇଟି  ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଏସଆଇଟିର ୫ ଜଣିଆ ସଦସ୍ୟ ଏହାର ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଏହା ଏକ ବଡ଼ ଦୁର୍ଘଟଣା ହୋଇଥିବାରୁ ଘଟଣାକୁ ନେଇ ଏକ ଅପରାଧୀକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ଖାଲି ସେତିକି ନୁହେଁ, ଝୁଲା ପୋଲର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ସଂସ୍ଥା ନାଁରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ସଂସ୍ଥା ନାଁରେ ଦଫା ୩୦୪, ୩୦୮ ଓ ୧୧୪ରେ ମାମଲା ରୁଜୁ କରାଯାଇଛି । ତାହା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପୂର୍ବରୁ ଯାତାୟାତ ପାଇଁ ଝୁଲାପୋଲରେ ଅନୁମତି ଦେବାକୁ ନେଇ ମାମଲା ହୋଇଛି ।

- Advertisement -

ସୂଚନା ଥାଉ କି, ଗତକାଲି ସଂଧ୍ୟାରେ ମୋରବୀ ଜିଲାର ମଚ୍ଛୁ ନଦୀରେ ଥିବା ଝୁଲାପୋଲ ଛିଡ଼ିପଡ଼ିଥିଲା । ଫଳରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହାକି ବର୍ତ୍ତମାନ ମୃତ୍ୟୁସଂଖ୍ୟା ବଢ଼ି ୧୩୪ରେ ପହଞ୍ଚିଛି ।  ଏବେବ ବି ୨ଜଣ ଲୋକ ନିଖୋଜ ହୋଇଥିବା ଜଣାପଡ଼ିଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଝୁଲାପୋଲ ଭୁଶୁଡ଼ିବା ବେଳେ ପୋଲରେ ପ୍ରାୟ ୫୦୦ର ଅଧିକ ଲୋକେ ଥିଲେ ।

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories