www.samajalive.in
Saturday, December 6, 2025
26.1 C
Bhubaneswar

ଧାମରାରେ ଏଟିଏମ ପାଲଟିଛି ବାଇକ ରଖିବା ସ୍ଥାନ

ଧାମରା : ଧାମରାରେ ଥିବା ବହୁ ଏଟିଏମ ମାସରେ ବହୁ ସମୟରେ ବନ୍ଦ ରହୁଥିବା ବେଳେ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ତ ଏଟିଏମରେ ମାସର ଅଧିକାଂଶ ସମୟରେ କ୍ୟାସ ନାହିଁ ବୋଲି ବିଭାଗୀୟ ଅଧିକାରୀ ନିଜର ମତ ରଖୁଥିବା ବେଳେ ବହୁ ବ୍ୟାଙ୍କ ଅଧିକାରୀ କେବଳ ନିଜ ବ୍ୟାଙ୍କ ସମୟରେ ଅର୍ଥାତ ସକାଳ ୧୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ନିଜର ଏଟିଏମ ଖୋଲା ରଖୁଥିବା ବେଳେ ବ୍ୟାଙ୍କ ଶାଖା ବନ୍ଦ ହେଲେ ନିଜର ଏଟିଏମ ବନ୍ଦ କରି ଦେଇଥାନ୍ତି ବୋଲି ଅଭିଯୋଗ ହୋଇଛି। ଧାମରାରେ ଥିବା ବହୁ ବ୍ୟାଙ୍କର ଏଟିଏମ ବନ୍ଦ ରହି ସେବା ଯୋଗାଇ ଦେଇ ପାରୁ ନଥିବା ବେଳେ ଧାମରାରେ ଥିବା ଆଇଡିବିଆଇ ଏଟିଏମ ବାଇକ ରଖିବା ସ୍ଥାନ ପାଲଟିଛି। କେଉଁ ପରିସ୍ଥିତିରେ କେଉଁ କର୍ମଚାରୀ ଏହି ଏଟିଏମ ମଧ୍ୟରେ ନିଜ ବାଇକ ରଖୁଛନ୍ତି ବ୍ୟାଙ୍କ କର୍ତୁପକ୍ଷ ପକ୍ଷରୁ ଏନେଇ କୌଣସି ଉତ୍ତର ମିଳିନାହିଁ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories