www.samajalive.in
Saturday, December 6, 2025
16.1 C
Bhubaneswar

ନିଜ ଗଡ଼ରେ କଡ଼ା ଟକ୍କରର ସମ୍ମୁଖୀନ ହୋଇପାରେ ବିଜେପି !

ଗାନ୍ଧୀନଗର: ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେପିକୁ ଗୁଜରାଟ ଚିନ୍ତା ଘାରିଛି। ଗୁଜରାଟ ବିଜେପିର ଗଡ଼ ଭାବେ ଜଣାଶୁଣା। ଏଠାରେ ୨୬ଟି ଲୋକସଭା ଆସନ ରହିଛି। ୨୦୦୯ରେ ବିଜେପି ୧୫ଟି ଆସରେ ବିଜୟ ହାସଲ କରିଥିଲାବେଳେ କଂଗ୍ରେସ ଖାତାକୁ ୧୧ଟି ଯାଇଥିଲା। ତେବେ ୨୦୧୪ ଲୋକସଭା ନିର୍ବାଚନ ସମୟରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏହି ନିର୍ବାଚନରେ ଦେଶବ୍ୟାପୀ ମୋଦୀ ହାୱା ଜାରି ରହିଥିଲା। ଗୁଜରାଟରେ ଦଳ ସମସ୍ତ ୨୬ ଆସନକୁ ନିଜ ଅକ୍ତିଆରକୁ ନେବାରେ ସଫଳ ହୋଇଥିଲା। କୁହାଯାଉଛି ମୋଦୀଙ୍କ ପ୍ରଭାବରେ ଦଳ ଏଠାରେ କଂଗେସକୁ ପରାଜୟର ସ୍ବାଦ ଚଖାଇଥିଲା।

ତେବେ ୨୦୧୭ ବିଧାନସଭା ନିର୍ବାଚନରେ ଗୁଜରାଟରେ କଂଗ୍ରେସ ନିଜ ଫର୍ମକୁ ଫେରିଛି। ବିଜେପିକୁ ନିଜ ଗଡ଼ରେ ବଡ଼ ଝଟ୍‌କା ମିଳିଛି। କଂଗ୍ରେସ ସରକାର ଗଢ଼ିପାରି ନ ଥିଲେ ହେଁ ପୂର୍ବାପେକ୍ଷା ଅଧିକ ବିଧାନସଭା ଆସନରେ ବିଜୟ ଲାଭ କରିଛି। ସେ ସମୟରେ ମୋଦୀଙ୍କ ଲୋକପ୍ରିୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୨ବର୍ଷ ପରେ ୨୦୧୯ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ଏବେ ବିଜେପି ଚିନ୍ତାରେ ପଡ଼ିଛି। ଦଳ ୨୦୧୪ ଭଳି ୨୬ଟି ଆସନରେ ଜିତାପଟ ହାସଲ କରିବ ନା ୨୦୧୭ ଭଳି ଲୋକେ କଂଗ୍ରେସ ଆଡକୁ ଢଳିବେ ତାହାକୁ ନେଇ ଆଶଙ୍କାରେ ପଡ଼ିଛି ବିଜେପି। ଚଳିତ ନିର୍ବାଚନରେ ବିଜେପି ନିଜ ଗଡ଼ରେ କଡ଼ା ଟକ୍କରର ସମ୍ମୁଖୀନ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। କିନ୍ତୁ ମୋଦୀଙ୍କ ପ୍ରଭାବ ଏବଂ ଗୁଜରାଟର ଗାନ୍ଧୀନଗରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରାର୍ଥୀ ହୋଇଥିବାରୁ ବିଜେପି ନିଜର ସ୍ଥିତି ବଜାୟ ରଖିବ ବୋଲି ଆଶା ରଖିଛି।

- Advertisement -

ମୋଦୀଙ୍କ ପାଇଁ ଦଳ ଗୁଜରାଟରେ ସଫଳତା ଲାଭ କରିବ ବୋଲି ଭାବିଛି। ମୋଦୀ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଥିବାବେଳେ ଏଥର ନିର୍ବାଚନରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କଲେ ଆଉଥରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ମୋଦୀ ୧୨ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାରୁ ସେ ବି ଆଶା ରଖିଛନ୍ତି ଦଳ ଏଠାରେ କ୍ଲିନ ସୁଇପ୍‌ କରିବ।

ରାଜନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ ୨୦୧୪ ଭଳି ମୋଦୀ ହାୱା ଏଥର ଦେଖିବାକୁ ମିଳୁନାହିଁ। ତେଣୁ କଂଗ୍ରେସ ନିଜ ସାଂଗଠନିକ ଦକ୍ଷତା ବଳରେ ବିଜେପି ବିରୋଧରେ ଜନମତ ସୃଷ୍ଟି କରିବାରେ ସଫଳ ହୋଇଛି କି ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି ପଟିଦାର ଆନ୍ଦୋଳନ ଏବଂ କୃଷକ ସମସ୍ୟା ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

ବିଜେପି ମୁଖପାତ୍ର ଭରତ ପାଣ୍ଡ୍ୟା କୁହନ୍ତି, ୨୦୦୪ରୁ ୨୦୧୪ ମଧ୍ୟରେ ଗୁଜରାଟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ବିଗତ ୪ ବର୍ଷରେ ମୋଦୀ ଦିଲ୍ଲୀରେ ଥାଇ ବି ଗୁଜରାଟକୁ ଅନେକ ସହାୟତା ପ୍ରଦାନ କରିଛନ୍ତି। ତେଣୁ ମୋଦୀ ଫ୍ୟାକ୍ଟର ନିଶ୍ଚିତ ଭାବେ ଗୁଜରାଟରେ କାମ କରିବ। ସେ ଦାବି କରିଛନ୍ତି ଯେ, ପଟିଦାର ଆନ୍ଦୋଳନ ଏବଂ କୃଷକଙ୍କ ସମସ୍ୟା ନେଇ ଦଳ ପାଇଁ ଯେଉଁ ଚ୍ୟାଲେଞ୍ଜ ରହିଥିଲା ତାହାର ସମାଧାନ ହୋଇଯାଇଛି।

ଅନ୍ୟପଟେ ୨୦୧୭ରେ ମୋଦୀ ଫ୍ୟାକ୍ଟର ଥିଲା କିନ୍ତୁ ତାହା କାମ ଦେଇ ନ ଥିଲା। ଉକ୍ତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ୧୮୨ ଆସନରୁ ବିଜେପିକୁ ୧୦୦ରୁ କମ୍‌ ଆସନ ମିଳିଥିଲା। ଯଦି ୨୦୧୭ ବିଧାନସଭା ନିର୍ବାଚନକୁ ବିଚାରକୁ ନିଆଯାଏ ତେବେ ବିଜେପି ମୋଟ ୨୬ଟି ଲୋକସଭା ଆସନରୁ ୧୭ରେ ବିଜୟୀ ହୋଇପାରିବ। ୯ଟି ଆସନ ଦଳ ହାତରୁ ଚାଲିଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories