www.samajalive.in
Saturday, December 6, 2025
15.1 C
Bhubaneswar

ଅହମ୍ମଦାବାଦରେ ମର୍ମନ୍ତୁଦ ଦୁର୍ଘଟଣା; ୯ ମୃତ , ଅନେକ ଆହତ

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଲୋକେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ, ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ସୂଚନାନୁଯାୟୀ, ଅହମ୍ମଦାବାଦରେ ସରଖେଜ-ଗାନ୍ଧୀନଗର ଜାତୀୟ ରାଜପଥରେ ତିଆରି ହୋଇଥିବା ବ୍ରିଜରେ ଏକ ଡମ୍ଫର କାର୍‌‌କୁ ଧକ୍କା ଦେଇଛି। ଏହାପରେ ଘଟଣା ସ୍ଥଳରୁ ଡମ୍ଫର ଚାଳକ ଫେରାର ହୋଇ ଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇଯାଇଥିଲେ।
ଏହି ସମୟରେ ପଛରୁ ଏକ ଦ୍ରୁତ ଗତିରେ କାର୍‌‌ ଆସୁଥିଲା। ସେହି ସମୟରେ କାର୍‌‌ଟି ରାସ୍ତାରେ ଛିଡା ହୋଇଥିବା ଲୋକଙ୍କୁ ଧକ୍କା ଦେଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ ଓ ଜଣେ ହୋମଗାର୍ଡ ମଧ୍ୟ ରହିଛନ୍ତି। ଏହାସହ ୧୩ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ୧ଟା୧୫ରେ ଏହି ଦୁର୍ଘଟଣା ଘଟିଛି। କାର୍‌‌ଟି ସେମାନଙ୍କୁ ଧକ୍କା ଦେବା ସମୟରେ ୨୦ ରୁ ୨୫ ଫୁଟ୍‌‌ ଦୂରକୁ ଛିଟିକି ପଡିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories