www.samajalive.in
Saturday, December 6, 2025
19.1 C
Bhubaneswar

୨ବାଇକ୍ ଚୋରଙ୍କୁ ନିର୍ଦ୍ଧୁମ ଛେଚା, ଚମ୍ପଟ ମାରିଲା ବେଳେ ଧରା ପଡିଲେ

ନୀଳଗିରି: ମିତ୍ରପୁରରେ ବୁଧବାର ସନ୍ଧ୍ୟାରେ ହାଟ ବସୁଥିବା ଯୋଗୁ ସେଠାକୁ ସଉଦା କିଣିବାକୁ ଚଣ୍ଡୀପୁର ଗାଁର ସୁଦର୍ଶନ ଦାସଙ୍କ ପୁଅ ସିପା ନିଜ ବାଇକ ନେଇ ଯାଇଥିଲେ। ରାତି ପ୍ରାୟ ୧୦ଟା ବେଳେ ହ୍ୟାଣ୍ଡେଲ ଚାବି ଭାଙ୍ଗି ଦୁଇ ଚୋର ତାଙ୍କ ବାଇକ ନେଇ ଚମ୍ପଟ ମାରିଥିଲେ। ସଙ୍ଗେ ସଙ୍ଗେ ହୋହଲ୍ଲା ହେବାରୁ ଏହି ଦୁଇ ଚୋରଙ୍କୁ ସ୍ଥାନୀୟ ଲୋକେ ମିତ୍ରପୁର ବଜାରରୁ କାବୁ କରି ନିସ୍ତୁକ ମାଡ ମାରିଛନ୍ତି। ଖବରପାଇ ରାତି ୧୧ଟାରେ ନୀଳଗିରି ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ସେମାନଙ୍କ ଘର ବାଲେଶ୍ବର ନୂଆସାହି ବୋଲି କହିଛନ୍ତି। ସୂଚନା ଯେ, କିଛିଦିନ ହେବ ମିତ୍ରପୁର, କାଠପାଳ ପ୍ରଭୃତି ଅଞ୍ଚଳରେ କ୍ରମାଗତ ଭାବେ ବାଇକ ଚୋରି ବୃଦ୍ଧି ପାଇଥିବା ଯୋଗୁ ଅଞ୍ଚଳବାସୀ ସଜାଗ ହୋଇ ରହିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories