www.samajalive.in
Friday, December 12, 2025
15.1 C
Bhubaneswar

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସମାଗ୍ରୀ ଓ ସହାୟତା ଉପକରଣ ବଣ୍ଟନ

ଗୁଡଭେଲା: ବଲାଙ୍ଗୀର ସମଗ୍ର ଶିକ୍ଷା ଆନୁକୁଲ୍ୟରେ ବ୍ଳକ ସ୍ଥରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସମାଗ୍ରୀ ଓ ସହାୟତା ଉପକରଣ ବଣ୍ଟନ ଶିବିର ଗୁଡଭେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ପକ୍ଷରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ଗୁଡ଼ଭେଲାରେ ଆୟୋଜିତ ହୋଇଯାଇଛି। ଏଥିରେ ଗୁଡଭେଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦିପକ ମାରାଣ୍ଡି ଓ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ରମେଶ ସାମର୍ଥ, ସୁରେନ୍ଦ୍ର ସୁନା, ରଜନୀକାନ୍ତ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ସେମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଶିକ୍ଷଣ ସମାଗ୍ରୀ ଓ ସହାୟତା ଉପକରଣ ବଣ୍ଟନ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ଜୁଲଫିକର୍ ଖାଁ ଓ ଅଶୋକ ସାମଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୮ ଛାତ୍ରଛାତ୍ରୀ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିଲା ବେଳେ ୪ ଜଣଙ୍କୁ ସିପି ଚୌକି ବଣ୍ଟନ କରାଯାଇଥିଲା। ଏଥିରେ ରମାକାନ୍ତ ମହାପାତ୍ର, ପଞ୍ଚାନନ ରଣା, ଟୁନା ପ୍ରଧାନ, ଅମିତ ନାୟକ, ଗୋବିନ୍ଦ ବାଗ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories