ଗଞ୍ଜାମ: ଗଞ୍ଜାମ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରାସ୍ତା ପାର୍ଶ୍ୱ ଖାଲରେ ପଶି ଯାଇଥିବା ଦେଖିବାକୁ ମିଳିଛି। ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କିମ୍ବା ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁଯାଇ ୧୦୮ ଆମ୍ବୁଲାନ୍ସଟି ବ୍ରହ୍ମପୁରରୁ ରୋଗୀ ନେଇ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଅନ୍ୟ ଗାଡି ସାହାଯ୍ୟରେ ରୋଗୀଙ୍କୁ ପଠାଯାଇଥିବା ଜଣାପଡିଛି। ବେପରୁଆ ଡ୍ରାଇଭରଙ୍କ ପାଇଁ କେତେବେଳେ ନିରୀହ ଲୋକଙ୍କ ଜୀବନ ଚାଲିଯିବ ଏଥିରେ ସଂନ୍ଦେହ ନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
Popular Categories



