www.samajalive.in
Sunday, December 14, 2025
26.1 C
Bhubaneswar

ଗୁଡ୍‌ଲି ରଥଙ୍କୁ ହୃଦ୍‌ଘାତ, ଘରୋଇ ଚିକିତ୍ସାଳୟରେ ଭର୍ତ୍ତି

ଭୁବନେଶ୍ୱର: ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଗୁଡ୍‌ଲି ରଥଙ୍କୁ ହୃଦ୍‌ଘାତ ହୋଇଛି। ତାଙ୍କୁ ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସ୍ବତନ୍ତ୍ର ଯତ୍ନ କୋଠରିରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ୪୮ ବର୍ଷୀୟ ଗୁଡ୍‌ଲି ବୁଧବାର ହଠାତ୍‍ ଅସୁସ୍ଥ ହୋଇପଡ଼ିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ ତୁରନ୍ତ ଚିକିତ୍ସାଳୟ ନେଇ ଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ସ୍ବତନ୍ତ୍ର ଯତ୍ନ କୋଠରିରେ ଭର୍ତ୍ତି କରାଯାଇଥିଲା।

ତେବେ ଗୁଡ୍‌ଲିଙ୍କ ଅସୁସ୍ଥତା ଖବର ମିଳିବା ପରେ ସଙ୍ଗୀତ ତଥା କଳା ଜଗତର ବ୍ୟକ୍ତିତ୍ୱ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅଭିନେତା ଶ୍ରୀତମ ଦାସଙ୍କ, ଗୀତିକାର ସୂର୍ଯ୍ୟ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, କଣ୍ଠଶିଳ୍ପୀ ସତ୍ୟଜିତ ଜେନା ପ୍ରମୁଖ ତାଙ୍କର ଆରୋଗ୍ୟ କାମନା କରିଛନ୍ତି। କଳାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଗୁଡ୍‌ଲି ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେବା ସହ ବିଭିନ୍ନ ଘରୋଇ ଟିଭି ଚାନେଲରେ କାମ କରିଛନ୍ତି। ଅନେକ ରିଅଲିଟି କାର୍ଯ୍ୟକ୍ରମରେ ମଧ୍ୟ ବିଚାରକ ଭୂମିକାରେ ଆସିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories