ଗୁଡଭେଲା : ତୁଷୁରା ବିଜ୍ଞାପିତ ପରିଷଦ ଅନ୍ତର୍ଗତ ଧାନଘରାଠାରେ ଏକ ଟ୍ରାକ୍ଟର ଦ୍ବାରା ତେଲନଦୀରୁ ବାଲି ଚାଲାଣ କରାଯାଇଥିଲା। ଏହା ଜାଣିବା ପରେ ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ ଟ୍ରାକଟର ଟିକୁ ଜବତ କରିଥିବା ସହ ୩୦ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ମିଳିଛି । ଏହି ପରି ସୋଣଗଡ, ତେଲ, ଖଡଙ୍ଗ ନଦୀରେ ମଧ୍ୟ ନିତିଦିନ ବାଲି ମାଫିଆଙ୍କ ଦ୍ଵାରା ବାଲି ଚୋରା ଚାଲାଣ ଚାଳିଛି । ଏହାସହ ନଦୀ କୂଳମାନଙ୍କରେ ଖରା ଦିନର ଚୋରା ଚାଲାଣ କରି ବାଲି ରଖାଯାଇ ଅନ୍ୟ ସମୟମାନଙ୍କରେ ବାଲିର ଅଭାବ ଥିବାରୁ ଉଚ୍ଚା ଦର ବିକ୍ରି କରାଯାଇଛି । ଏଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ଧ୍ୟାନ ଦେବାକୁ ଦାବି ହେଉଛି ।
Popular Categories



