www.samajalive.in
Saturday, December 13, 2025
18.1 C
Bhubaneswar

ତୁଣ୍ଡରେ ରହୁନି ତୁଣ୍ଡି: ସହରାଞ୍ଚଳରେ କଡ଼ାକଡ଼ି, ଗ୍ରାମାଞ୍ଚଳରେ ଅଣଦେଖା

ଗୁଡଭେଲା:ବଲାଙ୍ଗିର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ବଲାଙ୍ଗିର ପୌରାଞ୍ଚଳକୁ ଛାଡି ଦେଲେ ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଆଶାଠାରୁ ଅଧିକ ହେଉଛି। ସଚେତନତାର ଅଭାବ, ହେୟଜ୍ଞାନ ଯୋଗୁଁ ଜ୍ୱର, ଥଣ୍ଡା, କାଶ ହେଉଥିଲେ ବି ଲୋକେ ଖାତିର କରୁ ନାହାନ୍ତି। ସହରାଞ୍ଚଳରେ ନିୟମ କଡ଼ାକଡ଼ି କରାଯାଉଛି। ହେଲେ ଗ୍ରାମାଞ୍ଚଳରେ କରୋନା ନେଇ ଲୋକେ ସଚେତନ ନୁହନ୍ତି। ଯାହାର ଉଦାହରଣ ଗୁଡଭେଲା ବ୍ଲକରେ ଦେଖିବାକୁ ମିଳୁଛି।
ଗୁଡଭେଲା ବ୍ଲକର ଡାହିମାଲ, ଗୁଡଭେଲା, ଘୁନା, ଜାମୁଟ, ଗମ୍ଭାରିଗୁଡାରେ ସପ୍ତାହିକ ବଜାର ବସୁଛି। ଏହି ସବୁ ବଜାର ସୀମାନ୍ତ ବର୍ତ୍ତି ଅଞ୍ଚଳ ହୋଇଥିବରୁ କଳାହାଣ୍ଡି, ବୌଦ୍ଧ, କନ୍ଧମାନ ଜିଲାର ଲୋକ ଆସି ବଜାର କରିବା ସହ ଦୋକାନ ପସରା ବି ମେଲାଉଛନ୍ତି। କାଳାହଣ୍ଡି ଜିଲାର ମହୋନଗିରିକୁ ସଂକ୍ରମଣ ବଢୁଥିବାରୁ ସଟଡାଉନ କରାଯାଇଛି। କିନ୍ତୁ ସେହି ଅଞ୍ଚଳରୁ ଲୋକେ ବଜାର ଆସି କିଣା କିଣି କରିବା ସହ ବ୍ୟବସାୟ କରୁଛନ୍ତି। ନା ମୁହଁରେ ତୁଣ୍ଡି(ମାସ୍କ) ଅଛି ନା ପାଳନ ହେଉଛି ସାମାଜିକ ଦୂରତା। କରୋନା ସଂକ୍ରମଣ ଓ ସଚେତନତା ଏଠାରେ ପ୍ରହସନ ପାଲଟିଛି। ନିଜ ଗୋଡରେ କୁରାଢି ମାରିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଯାହା ସ୍ଥାନୀୟ ଅଞ୍ଚବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତୁଷୁରା ସହରାଞ୍ଚ ହୋଇଥିବାରୁ ପ୍ରଶାସନ, ପୁଲିସ ସବୁବେଳେ ଲୋକଙ୍କ ଗତିବିଧି, କରୋନା ନିୟମ ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ କାହାର ଭୟ ନାହିଁ।

 

- Advertisement -

ଗୁଡଭେଲା, ଘୁନ ଭଳି ଅନେକ ବଜାର ଅଛି, ଯାହା ଗ୍ରାମ ଭିତରେ ରହିଛି। ବର୍ତ୍ତମାନ ଚିଞ୍ଚଡ, ମାଢେକେଲା, ନୂଆପଡା, ରୁଷୁଡା, ବଡଙ୍ଗୋମୁଣ୍ଡା, ତେନ୍ତୁଳିଖୁଣ୍ଟି, ଗୁଡଭେଲା, ଘୁନା ଭଲି ଗ୍ରାମ ପଞ୍ଚାୟତମାନଙ୍କରେ ଲୋକେ ସଂକ୍ରମିତ ହେଉଛନ୍ତି। କେବଳ ବଜାର ନୁହେଁ। ଛୋଟ ଛୋଟ ଦୋକାନ ମଧ୍ୟ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ପ୍ରଶାସନ ସହରାଞ୍ଚଳରେ କରୋନା ସଂକ୍ରମଣ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରୁଥିବା ବେଳେ ଗ୍ରାମାଞ୍ଚଳକୁ ଢିଲା ଛାଡି ଦିଆଯାଇଛି। ଏପରିକି ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବି ବୃଦ୍ଧି ପାଉଛି। କେବଳ ପୁଲିସ, ପ୍ରଶାସନ ଯେ କରୋନା ନିୟମ କଡ଼ାକଡ଼ି କରିବା ପାଇଁ ମୁତୟନ ହେବେ ତା’ ନୁହେଁ। ଗ୍ରାମାଞ୍ଚଳରେ ଅଧିକ ସଚେତନତା ଓ ପଞ୍ଚାୟତସ୍ତରରେ ନିୟମ କଡ଼ା କଡ଼ି କରାଗଲେ କରୋନା ସଂକ୍ରମଣ ନେଇ ଲୋକେ ସଚେତନ ହେବା ସହ ସଂକ୍ରମଣ ଭୟ ରହନ୍ତା ନାହିଁ ବୋଲି ମତପ୍ରକାଶ ପାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories