ବେଗୁନିଆ: ବେଗୁନିଆ ତହସିଲ କାର୍ଯ୍ୟାଳୟ ତରଫରୁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ସରକାରଙ୍କ ନିର୍ଦେଶ କ୍ରମେ ମାସ୍କ ଚେକିଂକୁ କଡାକଡି କରିଛନ୍ତି l ଆଜି ତହସିଲଦାର ଶ୍ରୀ ମଣ୍ଡଳଙ୍କ ନିର୍ଦେଶ କ୍ରମେ କାର୍ଯ୍ୟାଳୟର କର୍ମଚାରୀ ମାନେ ବେଗୁନିଆ, ପାଟଣାହାଟ, ବୋତଳମା ଏବଂ ତାହାର ଆଖ ପାଖ ଅଂଚଳରେ ମାସ୍କ ଚେକିଂ କରିଥିଲେ l ମାସ୍କ ପିନ୍ଧୁନଥିବା ଏବଂ ଏହାର ବ୍ୟବହାର ସଠିକ ଢଙ୍ଗରେ କରୁନଥିବା ଅମାନିଅଁl ମାନଙ୍କୁ ସଚେତନ କରିବା ସହିତ ସେମାନଙ୍କ ଠାରୁ ୨୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ l ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି l ଏତଦବ୍ୟତୀତ ଆଜି ନୋଡାଲ ଅଫିସର ଖୋର୍ଦ୍ଧା ଏପିଡି ବେଗୁନିଆ ଟିଏମସି ପରିଦର୍ଶନ କରିବା ସହିତ କୋଭିଡ-୧୯ ମହାମାରୀ କାର୍ଯ୍ୟ ଏଠାରେ କିପରି ପରିଚାଳନା ହେଉଛି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ତାର ସମୀକ୍ଷା କରିଥିଲେ।
Popular Categories



