www.samajalive.in
Sunday, December 14, 2025
15.1 C
Bhubaneswar

ଅଧାପନ୍ତରିଆ ଇନ୍ଦିରା ଆବାସ: ଭଙ୍ଗା କୁଡିଆରେ ଦିନ କାଟୁଛନ୍ତି ମା’ ଓ ଝିଅ

ଖପ୍ରାଖୋଲ: ଅଧା ତିଆରି ହୋଇ ରହିଛି ଇନ୍ଦିରା ଆବାସ ଘର। ସେ ଘର ସଂପୂର୍ଣ୍ଣ ହୋଇ ପାରୁ ନଥିବା ବେଳେ ମା’ ଓ ଝିଅ ଅଲୋଡା ମଣିଷ ଭଳି ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି। ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତ ହରିଶଙ୍କର ମନ୍ଦିର ନିକଟରେ ରୁହନ୍ତି ସୁଶୀଳା ମାଝୀ। ୨୦୧୪ରେ ଇନ୍ଦିରା ଆବାସ ଗୃହ ମଞ୍ଜୁର ହୋଇଥିଲା। ମାତ୍ର ସୁଶୀଳାଙ୍କର ଏକମାତ୍ର ଝିଅ ଛଡା ଆଉ କେହି ପୁରୁଷ ଲୋକ ନଥିବାରୁ ସେ ଏହି ଗୃହ ନିର୍ମାଣ କରିବାରେ ଅସମର୍ଥ ହୋଇଥିଲେ। ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉଦ୍ୟମ କ୍ରମେ ନିକଟସ୍ଥ ଡୁଡୁମଦର୍ହା ଗ୍ରାମର ଗଜିନ୍ଦ୍ର ପଧାନଙ୍କୁ ଏହି ଗୃହ କାମ ନିର୍ମାଣ ପାଇଁ ଠିକା ଦିଆଯାଇଥିଲା। ମାତ୍ର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଠିକାଦାର ଗୃହକୁ ଅଧା ତିଆରି କରି କାମ ବନ୍ଦ କରିଦେଇଥିଲେ। ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଖପ୍ରାଖୋଲ ଥାନାରେ ଅଭିଯୋଗ କରାଯାଇଥିଲା। ଶେଷରେ ଠିକାଦାର ଜଣକ ୧୫ ଦିନ ମଧ୍ୟରେ ଘର କାମ ଆରମ୍ଭ କରିବେ ବୋଲି ୨୦୧୮ରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମଧ୍ୟ ଘର କାମ ଆରମ୍ଭ ନହେବାରୁ ସୁଶୀଲା ଏନେଇ ଖପ୍ରାଖୋଲ ଥାନାରେ ଗତ ବର୍ଷ ଅଭିଯୋଗ କରିଛନ୍ତି।

 

- Advertisement -

ସୁଶୀଲାଙ୍କର ସ୍ୱାମୀଙ୍କର ବହୁତ ଦିନରୁ ମୃତ୍ୟୁ ହୋଇଯାଇଥିବା ବେଳେ ସେ ଏବେ ତାଙ୍କର ୨୨ ବର୍ଷର ଝିଅକୁ ସାଙ୍ଗରେ ଧରି ଗୋଟିଏ ଭଙ୍ଗା ଘରେ ରହୁଛନ୍ତି। ତାଙ୍କର ଝିଅ ଏବେ ଭଇଁଷା କଲେଜରେ ଯୁକ୍ତ ୩ ପାଠ ପଢୁଥିବା ଜଣାପଡିଛି। ସୁଶୀଲା ନିକଟସ୍ଥ ହରିଶଙ୍କର ମନ୍ଦିରକୁ ଫୁଲ, ବେଲପତ୍ର ଦେଇ ମାସକୁ ମାତ୍ର ଶହେ ଟଙ୍କା ପାରିଶ୍ରମିକ ପାଇଥାନ୍ତି। ଏଥିସହିତ କୁଲି ମଜୁରୀ କରି ତାଙ୍କ ଝିଅକୁ ପାଠ ପଢାଉଥିବା କହନ୍ତି। ଏ ନେଇ ବିଡିଓ ତରଣି ସୁନାଙ୍କୁ ମଧ୍ୟ ଅଭିଯୋଗ କରିଛୁ ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି। ତେବେ ଏହି ଆଲୋଡ଼ା ମଣିଷଙ୍କ ଦୁଃଖ ଏତଲା ଓ ତଦନ୍ତରେ ନୁହେଁ, ମୁଣ୍ଡ ଉପରେ ଛାତ ଖଣ୍ଡିଏ ଯୋଗାଇ ଦେଲେ ଉପକୃତ ହେବେ କୋହଭରା କଣ୍ଠରେ ସୁଶୀଳା ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories