www.samajalive.in
Friday, December 12, 2025
15.1 C
Bhubaneswar

କରୋନ ସଚେତନତା ସୃଷ୍ଟି କଲା ଜୁନିୟର ରେଡକ୍ରସ

ବଲାଙ୍ଗିର: ବଲାଙ୍ଗିର ଜିଲା ଜୁନିୟର ରେଡକ୍ରସ ପକ୍ଷରୁ କୋଭିଡ୍ -୧୯ ଗାଇଡଲାଇନ ଅନୁପାଳନ କରି ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜୁନିୟର ରେଡ୍‌କ୍ରସ୍‌ ପକ୍ଷରୁ କିଟ୍, ମାସ୍କ, ସାବୁନ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା। ଜିଲା ଜୁନିୟର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡା ଉପସ୍ଥିତିରେ ମୁଖ୍ୟଅତିଥି ଭାବେ ଆଗଲପୁର ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଲତା ଭୋଇ ଓ ସମ୍ମାନିତ ଅତିଥି ସୋନପୁର ଜିଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଯୋଗ ଦେଇଥିଲେ। ଲୋକମାନେ ଭୟଭିତ ନହୋଇ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ କରୋନା ନିୟମ ପାଳନ କରିବା ପାଇଁ ମୁଖ୍ୟଅତିଥି ସୁଶ୍ରୀ ଭୋଇ ମତପ୍ରକାଶ କରିଥିଲେ।
ଏହି ଅବସରରେ ସାଲେଭଟା ଗ୍ରାମର ଆର୍ଥିକ ଅନଗ୍ରସର ପରିବାରଙ୍କୁ ଭାରତ ରେଡକ୍ରସ ସୋସାଇଟି ଓଡିଶା ଶାଖା ପକ୍ଷରୁ ଯୋଗାଇ ଦିଆଯାଇଥିବା କିଟ୍, ମାସ୍କ, ସାବୁନ ଓ ସାଲେଭଟା ଜୁନିୟର ରେଡକ୍ରସ ୟୁନିଟ ପକ୍ଷରୁ ଶୁଖିଲା ଖାଦ୍ୟ ଭାବରେ ଚୁଡା ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।

 

- Advertisement -

କାର୍ଯ୍ୟକ୍ରମକୁ ଜିଲା ଜୁନିୟର ରେଡକ୍ରସ ଅଫିସର ସୁବାସ ଚନ୍ଦ୍ର ପଟେଲ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଲେଭଟା ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନସଲର ଦୁର୍ଯ୍ୟୋଧନ ପଶାୟତ ମିଳିତ ଭାବରେ ପରି·ଳନା କରିଥିଲେ। କାର୍ଯ୍ୟକ୍ରମରେ ସିଆରସିସି ସଦାନନ୍ଦ ଭୋଇ, ଶିକ୍ଷୟତ୍ରୀ ଧରିତ୍ରୀ ସାହୁ, ଅଳକା ପଣ୍ଡା, କୁନ୍ତି ପ୍ରଧାନ, ଗୁରୁବାରି ପ୍ରଧାନ, ସୀତୟା ପ୍ରଧାନ, କାଞ୍ଚନ ହୋତା, ଶିକ୍ଷକ ଗୋବିନ୍ଦ ସାହୁ, ଦଶରଥ ପଟେଲ, ନେତ୍ର ସାହୁ, ଅଙ୍ଗନୱାଡି କର୍ମୀ ଲିଲି ରଣା, ଏସ୍ଏମ୍ସି ସଭ୍ୟ ଟୀମା ମେହେର, ବନୀତା ଗୁରୁ, ସାଧନକର୍ମୀ ବିକାଶ ରଂଜନ ସାହୁ ଉପସ୍ଥିତ ଥିଲେ। କାଉନସିଲର ରାମ ନାରାୟଣ ଦାଶ ଧନ୍ୟବାଦ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories