କୋତକୋମୁହାଣ ପୋଲ ଉପରେ ଚାଲୁଛି ୫ଫୁଟର ବନ୍ୟାଜଳ; ବାହ୍ୟଜଗତରୁ ବିଚ୍ଛିନ୍ନ ୧୦ଟି ଗାଁ 

ଗୁଡଭେଲା: ଗୁଡଭେଲା ବ୍ଳକ ଯାମୁଟ ନିକଟରେ ଥିବା କୋତକୋମୁହାଣ ପୋଲ ଉପରେ ୫ଫୁଟର ବନ୍ୟାଜଳ ପ୍ରଭାହିତ ହେଉଛି । ଫଳରେ ଗମ୍ଭୀରିଗୁଡା ପଞ୍ଚାୟତର ୯ଟି ଗାଁ ସମେତ ଜାମୁଟ ପଞ୍ଚମର ଗୋଟେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ରବିବାର ଦିନ ରାତି ପ୍ରାୟ ୧ଟା ସମୟରେ ବର୍ଷା ଆରମ୍ଭ ହୋଇଥିବା ବେଳେ ତୁହାକୁତୁହା ବର୍ଷା ଲାଗିରହିଛି । ଯାହାଫଳରେ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି । ଆହୁରି ବର୍ଷା ବଢିବାର ଆଶଙ୍କା କରାଯାଇଛି  ।  ଯାମୁଟ-ଧନପୁର ରାସ୍ତାକୁ ଯାମୁଟ ଓ ଗମ୍ଭାରିଗୁଡା ପଞ୍ଚାୟତବାସୀ ବ୍ୟତୀତ କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସିମାନ୍ତବର୍ତ୍ତୀ  ଗାଁକୁ ଗୁଡିକ ଏହି ପୋଲ ଉପରେ ଯାତାୟାତ କରନ୍ତି । ଯାମୁଟରୁ ଧନପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନେଇଥିଲେ ମଧ୍ୟ ଉଚ୍ଚ ପୋଲ ନିର୍ମାଣ କରାଯାଉ ନାହିଁ ।ଏହି ପୋଲଟି କମ ଉଚ୍ଚା ଥିବାରୁ ଅଳ୍ପ ବର୍ଷା  ହେଲେ ମଧ୍ୟ ପ୍ରତ୍ୟେକ ବର୍ଷ ପୋଲ ଦେଇ ପାଣି ପ୍ରବାହିତ ହୋଇଛି ।ଉଚ୍ଚ ପୋଲ ନିର୍ମାଣ ପାଇଁ ଦିର୍ଘ ଦିନରୁ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ତଥା ଜନ ପ୍ରତିନିଧିମାନେ ଧ୍ୟାନ ଦେଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

kalyan agarbati

Comments are closed.