www.samajalive.in
Saturday, December 6, 2025
17.1 C
Bhubaneswar

ଗାର୍ଡ଼ୱେଲ ଭାଙ୍ଗି ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଥିବା ଯୋଗୁଁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକ, ତେନ୍ତୁଳୀଖୁଣ୍ଟି ବ୍ଲକ ଏବଂ ନବରଙ୍ଗପୁର ବ୍ଲକକୁ ସଂଯୋଗ କରୁଥିବା କୃଷ୍ଣଗୁଡା, ଦୁମଦୁମି ଏବଂ କାମତା ଗ୍ରାମ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରିବା ପାଇଁ ପୂର୍ବରୁ ଦାବି ହେଉଥିବା ବେଳେ ତତ୍କାଳୀନ ମନ୍ତ୍ରୀ ବର୍ତ୍ତମାନ ର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ପୂର୍ବତନ ନବରଙ୍ଗପୁର ବିଧାୟକ ଏବର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଚେଷ୍ଟାରେ ପାପଡାହାଣ୍ଡି ଦଳେଇଗୁଡ଼ା ଠାରୁ ପଣ୍ଡିକୋଟ ପମ୍ପ ହାଉସ ପର୍ଯ୍ୟନ୍ତ ପ୍ରାୟ ୫ କିମି ରାସ୍ତାକାମ ନିର୍ମାଣ କରାଯାଇଛି। ତେବେ ପଣ୍ଦିକୋଟ ଠାରୁ କୃଷ୍ଣଗୁଡା ର ଦୂରତା ୪କିମି, ସେଠାରେ ଯିବା ବାଟରେ ସେଠାରେ ଏକ ଆଜକୁ ପ୍ରାୟ ୩ ବର୍ଷ ପୂର୍ବେ ସେଠାରେ ଏକ ଗାର୍ଡ଼ୱେଲ କରାଯାଇଥିଲା। କିନ୍ତୁ ଗାର୍ଡ଼ୱେଲଟି ବର୍ଷାରେ ଭାଙ୍ଗି ଯାଇ ତଳେ ପଡି ରାସ୍ତାର ମାଟି ଖସିପଡି ରାସ୍ତା ଅଣାସରିଆ ହୋଇ ଗାଡ଼ିମଟର ଯିବା ଆସିବାରେ ଅସୁବିଧା ହେବାସହ ଜରୁରୀ ସମୟରେ ଆମ୍ବୁଲାନ୍ସ ଯିବାପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାଇ ୨୦୧୮ରେ ସେତେବେଳର ମନ୍ତ୍ରୀ ତଥା ବର୍ତମାନର ସାଂସଦ କୃଷ୍ଣଗୁଡା ଠାରୁ ଦୁମଦୁମି ଛକ ଦେଇ କାମତା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ, କିନ୍ତୁ ପାପଡାହାଣ୍ଡି ଦଳେଇଗୁଡ଼ା ଠାରୁ ପଣ୍ଦିକୋଟ ପର୍ୟ୍ୟନ୍ତ ୫ କିମି ରାସ୍ତା ନିର୍ମାଣ ହେଉଥିବା ବେଳେ ବଳକା ୨ ଜିମି ରାସ୍ତା ଳଏ ପର୍ଯ୍ୟନ୍ତ ହୋଇ ପାରିନି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ଏହି ୨ କିମି ରାସ୍ତା କାର୍ଯ୍ୟ ଶୀଘ୍ର କରାଗଲେ ୩ଟି ବ୍ଲକର ଜନ ସାଧାରଣଙ୍କ ଗମନାଗମନରେ ସହାୟକ ହେବ ବୋଲି କହିବା ସହ ସାଂସଦ ଏବଂ ୨ଟି ବିଧାୟକଙ୍କୁ ଅନୁରୋଧ କରିଛନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories