www.samajalive.in
Monday, December 15, 2025
26.1 C
Bhubaneswar

ଭାରତକୁ ପୁଣି ଫେରିବ ଲୋକପ୍ରିୟ ଗେମିଂ ଆପ୍ ପବ୍‌ଜି

ନୂଆଦିଲ୍ଲୀ : ପ୍ରାୟ ଏକ ମାସ୍‌ ପରେ ପୁଣିଥରେ ଭାରତକୁ ଫେରିବ ଲୋକପ୍ରିୟ ଗେମିଂ ଆପ୍ ପବ୍‌ଜି। ପବ୍‌ଜି ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ କମ୍ପାନୀ ପକ୍ଷରୁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ପବଜୀ କର୍ପୋରେସନ୍‌ ସୂଚନା ଅନୁସାରେ ଭାରତରେ ଖୁବ୍‌ ଶିଘ୍ର ପବ୍‌ଜି ମୋବାଇଲ ଇଣ୍ଡିଆ ଲଞ୍ଚ ହେବ। ଏଥିରେ ବିଶେଷ ଭାବେ ୟୁଜରଙ୍କ ଡାଟା ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହ ଭାରତ ସରକାରଙ୍କ ଡାଟା ପଲିସିକୁ ସମ୍ପୁର୍ଣ୍ଣ ପାଳନ କରାଯିବ।ଏହା ସହ ଭାରତରେ ବଡ଼ ନିବେଶ କରିବାକୁ କମ୍ପାନୀ ଯୋଜନା କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ୟୁଜରଙ୍କ ପାଇଁ ନୂଆ ଫିଚର ଆଣିବ ପବ୍‌ଜି ।

ଏଥି ସହିତ ପବ୍‌ଜି ଭାରତୀୟ ଗେମିଂ କ୍ଷେତ୍ରରେ ପ୍ରାୟ ୧୦୦ ମିଲିୟନ ଡଲାର ବିନିଯୋଗ ପାଇଁ ଘୋଷଣା କରିଛି। ଏହି ବିନିଯୋଗ ଭାରତର କ୍ରୀଡା, ଇ-କ୍ରୀଡା, ମନୋରଞ୍ଜନ ଏବଂ ଆଇଟି ଶିଳ୍ପ ପାଇଁ ବ୍ୟବହୃତ ହେବ। ତେବେ କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତରେ ଗୋଟିଏ ପାର୍ଟନର କମ୍ପାନୀ ରଖିବ କ୍ରାଫ୍ଟନ। ତେବେ କ୍ରାଫ୍ଟନ ଭାରତରେ ୧୦୦ ମିଲିୟନ୍‌ ଡଲାର ନିବେଶ କରିବ। ସାଉଥ୍‌ କୋରିଆ କମ୍ପାନୀ ଦ୍ବାରା ଭାରତରେ ଏହା ସବୁଠୁ ବଡ଼ ନିବେଶ ବୋଲି କମ୍ପାନୀ ଦାବି କରିଛି।

ଯଦିଓ କେବେ ଏହି ଆପ୍‌ ଲଞ୍ଚ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ତଥାପି ଏନେଇ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଭାରତରେ ପବଜୀ କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲିବାକୁ ଥିବା ବେଳେ କମ୍ପାନୀ ପ୍ରଥମେ ୧୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ସେପ୍ଟେମ୍ବର ମାସରେ ଭାରତରେ ଡାଟା ସୁରକ୍ଷା ପାଇଁ ୨୦୦ ଟି ଗେମିଂ ଆପ୍‌ ସହିତ ପବଜି ମୋବାଇଲ୍‌ ଆପକୁ ମଧ୍ୟ ନିଷିଦ୍ଧ କରାଯାଇଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories