www.samajalive.in
Tuesday, December 9, 2025
15.1 C
Bhubaneswar

ଜିଏସ୍‍ଟି ପରିଷଦ ବୈଠକ ଆଜି

ସେଦାନ୍‍, ଏସ୍‍ୟୁଭି ଉପରେ ଲାଗିପାରେ ଅଧିକ ସେସ୍‍

ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା କର (ଜିଏସ୍‍ଟି) ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ବସିବାକୁ ଯାଉଛି। ତେବେ ପ୍ରଥମ ଥର ପାଇ ପରିଷଦ ବୈଠକ ଭିଡ଼ିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଜିଏସ୍‍ଟି ପରିଷଦର ୩୦ତମ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭିଡ଼ିଓ କନଫରେନ୍ସରେ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀ ସେମାନଙ୍କର ପ୍ରସ୍ତାବ ରଖିବେ। ଏଥିରେ କେନ୍ଦ୍ର ସରକାର ପ୍ରାକୃତିକ ଦୁର୍ବିପାକ ଯୋଗୁ କ୍ଷତିଗସ୍ତ ହୋଇଥିବା ରାଜ୍ୟଗୁଡିକ ନିମନ୍ତେ ଅତିରିକ୍ତ ପାଣ୍ଠି ସଂଗ୍ରହ ଲାଗି ପ୍ରାୟ କରିବେ। ଏହି ଅନୁଯାୟୀ ସେଦାନ୍‍ ଏବଂ ଏସ୍‍ୟୁଭି ଗାଡି ଉପରେ ଅଧିକ ସେସ୍‍ ଲାଗୁ ନେଇ ସରକାର ବୈଠକରେ ନିଷ୍ପତ୍ତି ଗ୍ରହଣ କରିପାରନ୍ତି।
ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ବସିବାକୁ ଥିବା ଜିଏସ୍‍ଟି ପରିଷଦର ଏହି ବୈଠକରେ ଭିଡ଼ିଓ କନଫରେନ୍ସରେ ରାଜ୍ୟ ଅର୍ଥ ମନ୍ତ୍ରୀ ତଥା ଜିଏସ୍‍ଟି ପରିଷଦ ସଦସ୍ୟ ଶଶିଭୂଷଣ ବେହେରା ଅଂଶଗ୍ରହଣ କରିବେ। ଭୁବନେଶ୍ୱସ୍ଥିତ ଭିଡ଼ିଓ କନ୍‍ଫରେନ୍‍ସିଂରେ ଶ୍ରୀ ବେହେରା ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ତୁହିନିକାନ୍ତ ପାଣ୍ଡେ, କମିଶନର (କମର୍ସିଆଲ ଟ୍ୟାକ୍ସ ଏବଂ ଜିଏସ୍‍ଟି) ଶାଶ୍ୱତ ମିଶ୍ରଙ୍କ ସମେତ ଅର୍ଥ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories