ନୂଆଦିଲ୍ଲୀ : ଦେଶରେ ଅକ୍ଟୋବର ମାସରେ ଜିଏସ୍ଟି ବାବଦରେ ମୋଟ୍ ୧ ଲକ୍ଷ ୫ ହଜାର ୧୫୫ କୋଟି ଟଙ୍କା ସଂଗୃହୀତ ହୋଇଛି। ଅର୍ଥ ମନ୍ତ୍ରଣାଳୟ କହିଛି, ସେଥିମଧ୍ୟରୁ କେନ୍ଦ୍ର ରାଜସ୍ୱ ବାବଦରେ ୧୯ ହଜାର ୧୯୩ କୋଟି ଏବଂ ରାଜ୍ୟ ରାଜସ୍ୱ ବାବଦରେ ୨୫ ହଜାର ୪୧୧ କୋଟି ଟଙ୍କା ଅନ୍ତର୍ଭୁକ୍ତ।
ତେବେ ଗତବର୍ଷ ଅକ୍ଟୋବର ମାସ ତୁଳନାରେ ଚଳିତ ବର୍ଷ ଅକ୍ଟୋବର ମାସରେ ୧୦ ପ୍ରତିଶତ ଅଧିକ ଜିଏସ୍ଟି. ସଂଗୃହୀତ ହୋଇଛି। ସେହିଭଳି
ଆଇଜିଏସ୍ଟି ବାବଦରେ ଏପର୍ଯ୍ୟନ୍ତ ୫୨ ହଜାର ୫୪୦ କୋଟି ଟଙ୍କା ସଂଗୃହୀତ ହୋଇଛି। ସେଥିମଧ୍ୟରେ ଆମଦାନୀ ବାବଦରେ ୨୩ ହଜାର
୩୭୫ କୋଟି ଏବଂ ସେସ୍ ବାବଦରେ ୮ ହଜାର କୋଟି ଟଙ୍କା ସଂଗୃହୀତ ହୋଇଛି। ଅକ୍ଟୋବର ମାସ ଶେଷ ସୁଦ୍ଧା ୮୦ ଲକ୍ଷ ଜିଏସଟିଆର-୩ବି ରିଟର୍ଣ୍ଣ ଦାଖଲ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ଏକ ଲକ୍ଷ କୋଟି ଟପିଲା ଜିଏସ୍ଟି ସଂଗ୍ରହ
Popular Categories



