www.samajalive.in
Sunday, December 7, 2025
23.1 C
Bhubaneswar

ଓଜନ ହ୍ରାସ ପାଇଁ ଖାଇବାର ୧-୨ ଘଣ୍ଟା ପୂର୍ବରୁ ଗ୍ରୀନ ଟି ପିଅନ୍ତୁ

ଗ୍ରୀନ ଟିରେ ବହୁ ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ ଟି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହା ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ସେବନ କରିବା ଦ୍ୱାରା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହା ମୁଖ୍ୟତଃ ଓଜନ ହ୍ରାସ କରିଥାଏ। ଏହା ସହ  ଶରୀରକୁ ସୁସ୍ଥ ରଖିବା ପାଇଁ ଏହାକୁ ଠିକ ସମୟ ଏବଂ ଠିକ ଉପାୟରେ ପିଇବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ କେଉଁ ସମୟରେ ଗ୍ରୀନ ଟି ପିଇବା ଉଚିତ…….
ଗ୍ରୀନଟିକୁ ଖାଦ୍ୟ ଖାଇବା ସମୟରେ ପିଇବା ଉଚିତ ନୁହେଁ। ଏଥିରେ କ୍ୟାଟେରିନ ଥାଏ। ଏହି ତତ୍ତ୍ୱ ଶରୀରରେ ଆଇରନକୁ ଅବଶୋଷଣ କରିବାରେ ସମସ୍ୟା ହୋଇଥାଏ। ତେଣୁ ଖାଇବାର କିଛି ଘଣ୍ଟା ପରେ ପିଅନ୍ତୁ।
ଓଜନ ହ୍ରାସ ପାଇଁ ଯଦି ଆପଣଙ୍କ ଇଚ୍ଛା ଥାଏ, ଖାଇବାର ୧-୨ ଘଣ୍ଟା ପୂର୍ବରୁ ଗ୍ରୀନ ଟି ପିଅନ୍ତୁ।
ଗ୍ରୀନ ଟିକୁ ପ୍ରସ୍ତୁତ କରିବା ପରେ ତୁରନ୍ତ ପିଅନ୍ତୁ। ଏହାକୁ ତିଆରି କରିବାର ୩୦ ମିନିଟ ପରେ ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ଓ ଆଣ୍ଟିଅକ୍ସିଡ଼ାଣ୍ଟ ନଷ୍ଟ ହୋଇଯାଇଥାଏ।
ସକାଳେ କିମ୍ବା ଖାଲି ପେଟରେ ଏହାକୁ ପିଅନ୍ତୁ ନାହିଁ। ଖାଲି ପେଟରେ ଏହାକୁ ପିଇଲେ ପେଟ ବିନ୍ଧା, ଏସିଡ଼ିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ।
ଦିନକୁ ଥରେ କିମ୍ବା ଦୁଇ ଥର ଏହାକୁ ପିଇବା ଉଚିତ। ଅଧିକ ଥର ପିଇଲେ ମୁଣ୍ଡ ବୁଲାଇବା, ଅନିଦ୍ରା ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
କୌଣସି ଔଷଧ ଖାଇବାର କିଛି ସମୟ ପୂର୍ବରୁ କି ପରେ ଗ୍ରୀନ ଟି ପିଇବା ଉଚିତ ନୁହେଁ। ଏହା ଶରୀର ପାଇଁ କ୍ଷତିକାରକ ଅଟେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories