www.samajalive.in
Saturday, December 6, 2025
19.1 C
Bhubaneswar

ତ୍ୱଚା ପାଇଁ ଗ୍ରୀନ ଟିର ବ୍ୟବହାର

ଓଜନକୁ ନିୟନ୍ତ୍ରଣ ରଖିବାକୁ ହେଉ ଅଥବା ସୁସ୍ଥ ରହିବାକୁ ହେଉ ବର୍ତ୍ତମାନର ଯୁବପିଢୀଙ୍କ ନିକଟରେ ଗ୍ରୀନ ଟିର ଚାହିଦା ଖୁବ ଅଧିକ। ତେଣୁ ସକାଳୁ ଉଠିବା ପରେ ଚା’ କଫି ପିଇବା ପରିବର୍ତ୍ତେ ଗ୍ରୀନ ଟି ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଏହାକୁ ବ୍ୟବହାର କରି ଆପଣ ସୁନ୍ଦର ତ୍ୱଚା ମଧ୍ୟ ପାଇପାରିବେ। ତ୍ୱଚାରେ ପଡ଼ିଥିବା କୁଞ୍ଚନ, ଦାଗ, ଆଖି ତଳର କଳାଦାଗକୁ ମଧ୍ୟ ଦୂର କରି ପାରିବେ। ଜାଣନ୍ତୁ ଏହାର ଫେସପ୍ୟାକ କିଭଳି ପ୍ରସ୍ତୁତ କରିବେ ଓ ତ୍ୱଚା ପାଇଁ କିଭଳି ଲାଭଦାୟକ ଗ୍ରୀନ ଟି।
ଅଳ୍ପ ହଳଦୀ, ଏକ ଚାମଚ ଗ୍ରୀନ ଟି ଓ ଏକ ଚାମଚ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ମୁହଁକୁ ପ୍ରଥମେ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ। ଏହାପରେ ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ କିଛି ଗୋଲାପ ଜଳକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଲଗାନ୍ତୁ। ଫଳରେ ଶୁଖିଯାଇଥିବା ଫେସ ପ୍ୟାକ ଓଦା ହୋଇଯିବ। ଏହାପରେ ମୁହଁକୁ ଭଲ ଭାବେ ମସାଜ କରି ଏହାକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଏହା ମୁହଁର ବ୍ରଣ ସମସ୍ୟା ଦୂର କରି ମୁହଁକୁ ସୁନ୍ଦର କରିଥାଏ।
ଅଳ୍ପ ମହୁ, ଏକ ଚାମଚ ଗ୍ରୀନ ଟି, ଏକ ଚାମଚ କମଳା ଚୋପାର ଗୁଣ୍ଡ, ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। କିଛି ସମୟ ରଖିବା ପରେ ମୁହଁକୁ ମସାଜ କରି ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା ମୁହଁ ସୁନ୍ଦର, ଉଜ୍ୱଳ, କୋମଳ ହୋଇଥାଏ।
୨ ଚାମଚ ମହୁରେ , ଏକ ଚାମଚ ଗ୍ରୀନ ଟିକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ବେକରେ ଲଗାନ୍ତୁ। ସପ୍ତାହକୁ ଥରେ ଏହାକୁ ଲଗାଇବା ଦ୍ୱାରା ବେକର କଳା ଅଂଶ ସଫା ହୋଇଥାଏ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories