www.samajalive.in
Saturday, December 6, 2025
15.1 C
Bhubaneswar

ଜଳୁଛି ଗ୍ରୀସ୍‌: ୫ ଦିନ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରେ, ସମୁଦ୍ର କୂଳ ଯାଏ ମାଡ଼ିଲାଣି ନିଆଁ

ଆଥେନ୍ସ: ୟୁରୋପୀୟ ଦେଶ ଗ୍ରୀସର ଜଙ୍ଗଲରେ ଲାଗିଥିବା ନିଆଁକୁ ପଞ୍ଚମ ଦିନରେ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିନାହିଁ। ନିଆଁର ପ୍ରକୋପ କମିବା ପରିବର୍ତ୍ତେ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଥିବାବେଳେ ଅନେକ ଲୋକ ଭୟଭୀତ ହୋଇ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ୬ଟି ସହରକୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡ଼ିଛି। ରାଜଧାନୀ ଆଥେନ୍ସର ଉତ୍ତର ଭାଗରେ ଆକାଶକୁ ଏକ ବିରାଟ ଧୂଆଁର ଚାଦର ଘୋଡ଼ାଇ ରଖିବା ସଦୃଶ ଦୃଶ୍ୟମାନ ହେଉଛି। ନିଆଁ ଏତେ ଶକ୍ତିଶାଳୀ ଯେ ଏହା ସମୁଦ୍ର କୂଳ ଯାଏ ମାଡ଼ି ଗଲାଣି।

ନିଆଁ ଯୋଗୁଁ ତାପମାତ୍ରା ବର୍ତ୍ତମାନ ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ୬୪ ଜଙ୍ଗଲ ଏବେ ମଧ୍ୟ ଜଳୁଛି । ସରକାର, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ୟମ ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଶେଷ ଲାଭ ମିଳିନାହିଁ । ଶୁକ୍ରବାର ଜଣେ ସ୍ୱେଚ୍ଛାସେବୀ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ସପ୍ତାହରେ ଅତି କମରେ ୨୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଜଙ୍ଗଲ ପ୍ରାଣୀ ଏବଂ ସମ୍ପଦ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇ ନାହିଁ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories