www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କୋଭିଡ ଗାଇଡଲାଇନରେ  କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ।

–ଦେଶବିଦେଶରେ ମହକିବ କୋରାପୁଟ କଫି, ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ସହମତି ପ୍ରକାଶ କରିଛି ‘ଟାଟା କଫି’। ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି ‘ଟାଟା କଫି’

- Advertisement -

–କୋଭାକ୍ସିନ ଓ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ଅଧିକ ଫଳପ୍ରଦ। ଅଧିକ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧିରେ ସହାୟକ। କରୋନା ଯୁଦ୍ଧରେ ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌କୁ ନେଇ ପରୀକ୍ଷା ଜାରି ରହିଛି।

–ମାଲଗୋଦାମର ପୃଥକ ସ୍ଥାନରେ କମିଶନରେଟ ପୁଲିସର ଚଢ଼ାଉ, ବିପୁଳ ପରିମାଣର ନକଲି ଗୁଟଖା, ସିଗାରେଟ ଓ ମାଦକ ଦ୍ରବ୍ୟ ଜବତ, ଜଣେ ଅଟକ

–କନ୍ଧମାଳ ପୁଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, କେକେବିଏନ୍ ଡିଭିଜନର ମହିଳା ମାଓବାଦୀ କାନ୍ତି ମଲ୍ଲିକଙ୍କ ଆତ୍ମସମର୍ପଣ

–ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ; ଦିଲ୍ଲୀ ପୁଲିସକୁ ଅଲକାଏଦାର ଇ-ମେଲ୍‍ ଯୋଗେ ଧମକ ଦେଇଥିବା ସୂଚନା

–ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ଜଣ ଶିଶୁ ସମେତ ୫ ମୃତ

–ଦେଶରେ ସଂକ୍ରମିତ ତୁଳନାରେ ବୃଦ୍ଧି ଆରୋଗ୍ୟ ସଂଖ୍ୟା ; ନୂଆ ସଂକ୍ରମିତ ୩୯,୦୭୦। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୩୪,୪୫୫କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୯୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୭,୮୬୨। ଦିନକରେ ଆଉ ୪୩,୯୧୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୦,୯୯,୭୭୧ ସୁସ୍ଥ

–୪,୦୬,୮୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ। ଦିନକରେ ୫୫,୯୧,୬୫୭ ଟିକା ନେଇଥିବା ବେଳେ ୫୦,୬୮,୧୦,୪୯୨ ମୋଟ ଟିକା ନେଇ ସାରିଛନ୍ତି

–ରାଜ୍ୟରେ ଦିନକରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ  ;  ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫

–ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୧୮ , ସ୍ଥାନୀୟ ୫୨୫।

–ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୦୭୦କୁ ବୃଦ୍ଧି। ମୋଟ  ୯,୬୮,୪୫୩ ସୁସ୍ଥ। ୧୨,୧୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ ତ୍ରିଲୋଚନ ଧଳ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories