ଗ୍ରେନେଡ ମାଡ଼ରେ ୬ ଆହତ

0

ଶ୍ରୀନଗର : ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ରେ ୪ ସିଆରପିଏଫ ଯବାନ ଓ ଦୁଇ ଜଣ ସାଧାରଣ ଜନତା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତିନିଟି ସ୍ଥାନରେ ଏହି ଆକ୍ରମଣ କରାଯାଇଥିଲା। ପ୍ରଥମ ଆକ୍ରମଣ ଶ୍ରୀନଗରର ଫତେଖାଦାଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଯବାନଙ୍କ ଉପରେ କରାଯାଇଥିଲା। ଏଥିରେ ୩ ଯବାନ ଓ ଜଣେ ମହିଳା ଆହତ ହୋଇଥିଲେ। ଦ୍ୱିତୀୟ ଆକ୍ରମଣ ସହରର ବୁଦସାହା ଚୌକରେ ହୋଇଥିଲା; ଯେଉଁଥିରେ ଜଣେ ଯବାନ ଓ ସାଧାରଣ ଜନତା ଆହତ ହୋଇଥିଲେ। ତୃତୀୟ ଆକ୍ରମଣ ମଗରମଲବାଗ୍‍ରେ ହୋଇଥିଲା। ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ। ଶୁକ୍ରବାର ପୁଲୱାମା ଓ ଅନନ୍ତନାଗଠାରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ; ଯେଉଁଥିରେ ୬ଜଣ ଆହତ ହୋଇଥିଲେ। ପୁଲୱାମାରେ ତ୍ରାଲ ନିର୍ବାଚନ ମଣ୍ଡଳୀର ପିଡିପି ବିଧାୟକ ମୁସ୍ତାକ ସାହା ଓ ଅନନ୍ତନାଗଠାରେ ଜଣେ ସିଆରପିଏଫ୍‍ ଯବାନଙ୍କ ଘର ଉପରେ ଗ୍ରେନେଡ ମାଡ଼ କରାଯାଇଥିଲା। ବିଧାୟକ ଘରେ ନଥିଲାବେଳେ ତାଙ୍କ ଅଗଣାରେ ଗ୍ରେନେଡ ବିସ୍ଫୋରଣ ଘଟିଥିଲା। ତେବେ ଅନନ୍ତନାଗସ୍ଥିତ କେପି ଚୌକ୍‍ରେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ଼ ହେବା ଫଳରେ ୪ଜଣ ଯବାନ, ଜଣେ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ।

Leave A Reply