ଭିତ୍ତିଭୂମି ନିର୍ମାଣ ଉପରେ ଭାରତର ଧ୍ୟାନ ରହିଛି – କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ

ଡେସ୍କ: ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଭାରତର ଧ୍ୟାନ ଭିତ୍ତିଭୂମି ଉପରେ ରହିଛି, ଯାହା ଅର୍ଥନୀତିକୁ ସଶକ୍ତିକରଣ ଏବଂ ପ୍ରେରଣା ଯୋଗାଉଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ଭାରତ ଋଣ ପୁଞ୍ଜି ବଜାର ଶିଖର ସମ୍ମିଳନୀ – ୨୦୨୩ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଗୋୟଲ କହିଛନ୍ତି ଯେ ସରକାରୀ ତଥା ବେସରକାରୀ କ୍ଷେତ୍ରର ବିପୁଳ ପୁଞ୍ଜି ବିନିଯୋଗ ସହିତ ଦେଶର ଭିତ୍ତିଭୂମି କ୍ଷମତା ବୃଦ୍ଧି ପାଉଛି। ସେ କହିଛନ୍ତି ଯେ ଭାରତ ଋଣ ପୁଞ୍ଜି ବଜାର ଶିଖର ସମ୍ମିଳନୀ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଏବଂ ଏହି ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଅର୍ଥନୀତି ୭.୬% ହାରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଷ୍ଟକ୍ ମାର୍କେଟ୍ ମଧ୍ୟ ପ୍ରଥମ ଥର ପାଇଁ ଚାରି ଟ୍ରିଲିୟନରେ ପହଂଚିଛି ଏବଂ ପାଞ୍ଚଟି ବିଶ୍ୱ ବଜାର ମଧ୍ୟରେ ଭାରତ ଶୀର୍ଷ ସ୍ଥାନରେ ରହିଛି ଏବଂ ଏଥିପାଇଁ ଅସୀମ ସୁଯୋଗ ରହିଛି।

Comments are closed.