www.samajalive.in
Sunday, December 14, 2025
23.1 C
Bhubaneswar

ସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ, କୋଭିଡକୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ

ଡେସ୍କ: ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ୨୦୨୦-୨୧ ମସିହାରେ କୋଭିଡ୍ ନିୟନ୍ତ୍ରଣ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ ଦେଖାଯାଉଛି। ଏହି ରୋଗର ଭୟଭୟତାକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖାଯାଇଛି। ଜନସାଧାରଣଙ୍କର ଟୀକାକରଣ ଏବଂ ନିରନ୍ତର ସରକାରୀ ପ୍ରଚେଷ୍ଠା ଯୋଗୁ ଓଡିଶାରେ କୋଭିଡ୍ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।

- Advertisement -

ସେ ଆହୁରି ମଧ୍ୟ କହିଛନ୍ତି ଯେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ ସାମ୍ନାକୁ ଆସୁଛି ଏବଂ ସେ ସବୁକୁ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯାଉଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମାନକ ଅନୁସାରେ ଏହି କେସ ଗୁଡ଼ିକ ପୂର୍ବରୁ ଜଣାଥିବା ଅପେକ୍ଷାକୃତ ଧୀର ପ୍ରଜାତିର ଭୂତାଣୁ। ଏଗୁଡିକ ଅତି ଗୁରୁତର ରୋଗ ସୃଷ୍ଟି କରନ୍ତି ନାହିଁ। ଏହି ସବୁ କେସର ନିରୂପଣ ଏବଂ ଚିକିତ୍ସା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories