www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟସ୍ଥତା ଜରିଆରେ କୃଷକ ସମସ୍ୟା ସମାଧାନ ପାଇଁ ସରକାରଙ୍କ ପ୍ରସ୍ତାବ, ଗଠନ ହେବ କମିଟି

ଆନ୍ଦୋଳନରତ କୃଷକମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଆଜି ଆଲୋଚନା କାଳରେ ସରକାର ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। କୃଷି ଆଇନକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଏକ ମଧ୍ୟମ ରାସ୍ତା ସ୍ଥିର କରିବାକୁ ପଡିବ ବୋଲି ସରକାରଙ୍କ ପ୍ରତିନିଧିମାନେ ବୈଠକରେ କହିଛନ୍ତି। ଆଜି ଚାଲିଥିବା କୃଷକ-ସରକାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ସମୟରେ ସରକାର କୃଷକ ନେତାମାନଙ୍କୁ କହିଛନ୍ତି ଯେ ୩ଟି କୃଷି ଆଇନ ସମ୍ବନ୍ଧରେ ସେମାନଙ୍କ ଦାବି ଉପରେ ବିଚାରବିମର୍ଶ ପାଇଁ ଏକ କମିଟି ଗଠନ କରାଯାଇପାରିବ। ସରକାର ଚଳିତ ମାସ ଆରମ୍ଭରେ ମଧ୍ୟ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ କୃଷକମାନେ ତାହା ପ୍ରତ୍ୟାଖ୍ୟାନ କରିଥିଲେ।

ଆଲୋଚନା ଆରମ୍ଭ ହେବା ପୂର୍ବରୁ ମଧ୍ୟ କୃଷକ ନେତାମାନେ ଏହି ୩ଟି ଆଇନକୁ ରଦ୍ଦ କରିବା ଦାବିରେ ଅଟଳ ରହିଥିଲେ ଏବଂ କହିଥିଲେ ଯେ ସେମାନଙ୍କ ପାଇଁ ସାମାନ୍ୟତମ କମ୍ ଗ୍ରହଣୀୟ ନୁହେଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଏଭଳି ସମସ୍ୟାର କେବେହେଲେ ‘ହଁ କିମ୍ବା ନା’ ଦ୍ୱାରା ସ୍ଥିର କରାଯାଇ ନାହିଁ। ଆଇନ ତିଆରି କିମ୍ବା ରଦ୍ଦ କରିବା ଏକ ଲମ୍ବା ପ୍ରକ୍ରିୟା। ହଁ କିମ୍ବା ନାଁ ଦ୍ୱାରା ଏଭଳି ନିଷ୍ପତ୍ତି ନିଆଯାଇପାରିବ ନାହିଁ। ସେ କହିଛନ୍ତି ଯେ କୃଷକମାନେ ଏହାର କାରଣ ବୁଝିବା ଆବଶ୍ୟକ ଏବଂ ୩୫ ଦିନ ଧରି ଚଳାଇଥିବା ଆନ୍ଦୋଳନ ଶେଷ କରିବା ଆବଶ୍ୟକ। ଏହାପୂର୍ବରୁ ଅପରାହ୍ନରେ ଗୁରୁଦ୍ୱାରରେ କୃଷକମାନଙ୍କ ସହ ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନରେନ୍ଦ୍ର ସିଂ ତୋମାର ଯୋଗ ଦେଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories