www.samajalive.in
Saturday, December 6, 2025
19.1 C
Bhubaneswar

ଆରପାରିରେ ବରିଷ୍ଠ ସାମ୍ବାଦିକ ଶଙ୍କର ମିଶ୍ର

ବଲାଙ୍ଗିର : ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କର ବୁଧବାର ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ଶେଷ ସମୟରେ ସ୍ତ୍ରୀ ରତ୍ନମାଳା ଯୋଶୀ ଦୁଇ ଝିଅ ଉପସ୍ଥିତ ଥିଲେ।

  ଗତ ବୁଧବାର ଦିନ ଅସୁସ୍ଥ ଅନୁଭବ କରିବାରୁ ଶ୍ରୀ ମିଶ୍ରଙ୍କୁ ବଲାଙ୍ଗିର ବିବିଏମ୍ସିଏଚ୍‌ରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପାଇଁ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ଡାକ୍ତରଙ୍କ ପରାମର୍ଶରେ ପରିବାର ଲୋକେ ଶୁକ୍ରବାର ରାତିରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହେଉ ନଥିବାରୁ ଚିନ୍ତାରେ ଥିଲେ ପରିବାର ଲୋକେ। ବୁଧବାର ସକାଳେ ଅବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଦିନ ୧୨ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

  ସୂଚନାଯୋଗ୍ୟ ଯେ, ଦୈନିକ ଆଶାରୁ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ ସ୍ୱର୍ଗତ ମିଶ୍ର। ୪୦ ବର୍ଷ ଧରି ସେ ସାମ୍ବାଦିକତା ସହ ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ଲଢେଇ କରିଥିଲେ। ସାମ୍ବାଦିକଙ୍କୁ ଏକଜୁଟ କରିବା ସହ ସମସ୍ୟା ଉପସ୍ଥାପନକୁ ଗୁରୁତ୍ୱ ଦେଉଥିଲେ। ସେ ବଲାଙ୍ଗିର ସାମ୍ବାଦିକ ସଂଘର ପୂର୍ବତନ ସାଧାରଣ ସଂପାଦକ, ସଭାପତି ଥିଲେ। ସାମ୍ବାଦିକ ଭବନ ନିର୍ମାଣରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହିପରି ବଲାଙ୍ଗିର ସଂଘରୁ ରାଜ୍ୟକୁ ମନୋନୀତ ହୋଇ ଓଡ଼ିଶା ସାମ୍ବାଦିକ ସଂଘର ଉପ ସଭାପତି ତଥା ପରେ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। କେବଳ ସେତିକି ନୁହେଁ, ରାଷ୍ଟ୍ରୀୟ ସାମ୍ବାଦିକ ସଂଘର ଉପ ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ। ତାଙ୍କ ପରଲୋକରେ ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ସଭାପତି ହରି ନାରାୟଣ ପୂଜାରୀ, ସାଧାରଣ ସଂପାଦକ ବଳରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ, ନବୀନ ପଶାୟତ, ବାବୁଲି ପଟ୍ଟନାୟକଙ୍କ ସହ ସଂଘର ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି। ସ୍ୱର୍ଗତ ମିଶ୍ରଙ୍କ ପରଲୋକ ଓଡ଼ିଶା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଜିଲା ସାମ୍ବାଦିକ ସଂଘ ଜଣେ ମୁରିବୀ ତୁଲ୍ୟ ବ୍ୟକ୍ତିବିଶେଷଙ୍କୁ ହରାଇଲା ବୋଲି ସାମ୍ବାଦିକ ମହଲରେ ମତପ୍ରକାଶ ପାଇଛି। କେବଳ ସାମ୍ବାଦିକ ସଂଘ ନୁହେଁ, ସ୍ୱର୍ଗତ ମିଶ୍ର ରହୁଥିବା ଚନ୍ଦ୍ରଶେଖର ନଗର ଅଞ୍ଚଳ ସହ ସହରର ବିଭିନ୍ନ ରାଜନୈତିକ ଦଳ, ସଂଗଠନ, ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ ପାଇଛି। ବିଭୂତିପଡ଼ାଠାରେ ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି। 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories