www.samajalive.in
Saturday, December 6, 2025
14.1 C
Bhubaneswar

କର୍ଣ୍ଣାଟକକୁ ଅଧିକ ଅମ୍ଳଜାନ ଯୋଗାଣ ମାମଲା; ସୁପ୍ରିମକୋର୍ଟରେ ହାରିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଅମ୍ଳଜାନ ଯୋଗାଇ ଦେବାକୁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଏର କରିଥିବା ମାମଲା ହାରିଯାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କର୍ଣ୍ଣାଟକ ଲୋକଙ୍କୁ ଏଭଳି ଶଙ୍କା ମଧ୍ୟରେ ଛାଡିଦିଆଯାଇପାରିବ ନାହିଁ। କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଅତ୍ୟନ୍ତ ଯତ୍ନବାନ, ବହୁ ବିଷୟ ପରୀକ୍ଷା ନିରୀକ୍ଷା କରି ରାୟ ଦେଇଛନ୍ତି ଏବଂ ଏହା ବିରୁଦ୍ଧରେ କେନ୍ଦ୍ରର ଆବେଦନ ଗ୍ରହଣ କରିବାକୁ ଆମେ କିଛି କାରଣ ଦେଖୁନାହୁଁ। ସୂଚନାଯୋଗ୍ୟ ଯେ କର୍ଣ୍ଣାଟକକୁ ଦୈନିକ ୧୨୦୦ ଟନ୍‍ ତରଳ ଅମ୍ଳଜାନ ଯୋଗାଇଦେବାକୁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ତୁରନ୍ତ ରହିତାଦେଶ ଦେବାକୁ କେନ୍ଦ୍ର ସରକାର ଗତକାଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ସୁପ୍ରିମକୋର୍ଟରେ କହିଥିଲେ ଯେ ପ୍ରତି ରାଜ୍ୟର ହାଇକୋର୍ଟ ଯଦି ଏହିଭଳି ଆଦେଶ ଦେବେ ତାହାକୁ କାର୍ଯ୍ୟକାରୀ କରିହେବନାହିଁ। କାରଣ ସାରା ଦେଶରେ ଅମ୍ଳଜାନ ଅଭାବ ଲାଗିରହିଛି। ତେବେ ସୁପ୍ରିମକୋର୍ଟ କେନ୍ଦ୍ରର ଯୁକ୍ତିକୁ ଗ୍ରହଣ କରିନଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories