www.samajalive.in
Friday, December 12, 2025
14.1 C
Bhubaneswar

ସରକାରୀ ଆଇଏଏସ୍‌ କୋଚିଂ ଯୋଜନା, ୯୯ରୁ ପ୍ରାଥମିକ ପରୀକ୍ଷାରେ ଜଣେ ଉତ୍ତୀର୍ଣ୍ଣ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାଇଁ ପ୍ରତିବର୍ଷ ସର୍ବଭାରତୀୟ ସ୍ତରରେ ହେଉଥିବା ପରୀକ୍ଷାରେ ଓଡ଼ିଶାର ସଫଳତା ହାର ଅନ୍ୟ ରାଜ୍ୟ ତୁଳନାରେ ନୈରାଶ୍ୟଜନକ। ଏହା ରାଜ୍ୟ ପାଇଁ ଏକ ଚିନ୍ତାର ବିଷୟ। ପ୍ରତିବର୍ଷ କିପରି ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଆଇଏଏସ୍‌ ପାଇବେ ସେଥିନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଛି ଯୋଜନା। ପ୍ରାର୍ଥୀଙ୍କ ପିଛା ଟଙ୍କା ଖର୍ଚ୍ଚ କରି ଆଇଏଏସ୍‌ ବାହାର କରିବ ଉଚ୍ଚଶିକ୍ଷା ବିଭାଗ। ପ୍ରତିବର୍ଷ ୧୦୦ ବିଦ୍ୟାର୍ଥୀଙ୍କୁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଶିକ୍ଷା (କୋଚିଂ) ଦିଆଯାଉଛି।

ଶିକ୍ଷାବର୍ଷ ୨୦୧୯-୨୦ରେ ଉଚ୍ଚଶିକ୍ଷା ବିଭାଗ ୯୯ ଛାତ୍ରଛାତ୍ରୀଙ୍କୁ ମନୋନୀତ କରି ଭୁବନେଶ୍ବର ପଟିଆସ୍ଥିତ ଧେୟା ଆଇଏଏସ୍‌ କୋଚିଂ କେନ୍ଦ୍ରରେ ନାମଲେଖାଇ ଥିଲା। ବର୍ଷେକାଳ ଛାତ୍ରଛାତ୍ରୀ ଅଧ୍ୟୟନ କରି ୟୁପିଏସ୍‌ସି-୨୦୨୦ ପ୍ରାଥମିକ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବଜେଟରେ ଥିବା ଅର୍ଥ ବ୍ୟବସ୍ଥା ଅନୁଯାୟୀ ପ୍ରାୟ କୋଟିଏ ଟଙ୍କା ପ୍ରାର୍ଥୀଙ୍କ ପିଛା ଖର୍ଚ୍ଚ କରାଯାଇଛି। ହେଲେ ପରୀକ୍ଷା ଫଳକୁ ଦେଖିଲେ ପ୍ରଥମ ବର୍ଷ ଏ ଯୋଜନାରେ ସଫଳତା ମିଳିନାହିଁ। ଶିକ୍ଷାବିତ୍‌ ଓ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ମତରେ ଏହି ଯୋଜନାକୁ ଦକ୍ଷତାର ସହ କାର୍ଯ୍ୟକାରୀ କଲେ ସୁଫଳ ମିଳିବ। ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଅଧିକାଂଶ ପିଲା ଉତ୍ତୀର୍ଣ୍ଣ ନହେବା ଚିନ୍ତାଜନକ। କୋଚିଂ ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବାର ଆବଶ୍ୟକତା ଥିବାବେଳେ ଏ ଦିଗ ଉପରେ ବିଭାଗ କେତେଦୂର ଗୁରୁତ୍ବ ଦେଇଛି ସେଥିନେଇ ସନ୍ଦେହ ଉପୁଜିଛି। ପ୍ରଥମ ବର୍ଷରେ ଯୋଜନାକୁ ଆଖି ଦୃଷ୍ଟିଆ ସଫଳତା ମିଳି ନଥିବାରୁ ଆଇଏଏସ୍‌ ତିଆରି ଯୋଜନା ଫିକା ପଡିଥିବା କୁହାଯାଉଛି।

- Advertisement -

ମନୋନୟନ ୧୦୦ ଛାତ୍ରଛାତ୍ରୀ ନିମନ୍ତେ ୨୦ ମେ, ୨୦୧୯ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଯେଉଁ ୯୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ ସମସ୍ତଙ୍କୁ ଧେୟା କୋଚିଂ କେନ୍ଦ୍ରରେ ନାମଲେଖା ସୁଯୋଗ ମିଳିଥିଲା। ପ୍ରାଥମିକ ଏବଂ ମୁଖ୍ୟ ପରୀକ୍ଷା ନିମନ୍ତେ ଗୋଟିଏ ବର୍ଷ ଛାତ୍ରଛାତ୍ରୀଙ୍କୁ ପାଠପଢା ଯାଇଛି। ଗୋଟିଏ ପ୍ରାର୍ଥୀଙ୍କ ପିଛା ମୋଟ ୮୨,୬୦୦ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ସରକାରଙ୍କ ପକ୍ଷରୁ ୬୧.୯୫୦ ଟଙ୍କା ଏବଂ ସମ୍ପୃକ୍ତ ଛାତ୍ରଛାତ୍ରୀ ୨୦,୬୫୦ ଟଙ୍କା ବହନ କରିବାର ନିୟମ ରହିଛି। ଯେଉଁ ଛାତ୍ରଛାତ୍ରୀ ଅଭିଭାବକଙ୍କ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ ସେମାନଙ୍କ ପାଇଁ ମୋଟ ୮୨,୬୦୦ ଟଙ୍କା ସରକାର ଭରଣା କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ୟୁପିଏସ୍‌ସି ୨୦୧୭/୧୮ରେ ପ୍ରାଥମିକ ଏବଂ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାରରେ ସଫଳତା ପାଇ ନଥିବେ ସେମାନଙ୍କୁ ପ୍ରାଥମିକତା ଦେବା, ଯେଉଁ ଛାତ୍ରଛାତ୍ରୀ ଭାରତୀୟ ଜଙ୍ଗଲ ସେବା (ଆଇଏଫଏସ୍‌) ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ସାକ୍ଷାତକାରରେ କୃତିତ୍ବ ହାସଲ କରି ପାରିନାହାନ୍ତି ସେମାନଙ୍କୁ ମନୋନୀତ କରିବା ଏବଂ ଯେଉଁ ପ୍ରାର୍ଥୀ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍‌)ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପରବର୍ତ୍ତୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ କୋଚିଂ ଦେବା ପାଇଁ ମାନଦଣ୍ଡ ସ୍ଥିର ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories