www.samajalive.in
Monday, December 15, 2025
16.1 C
Bhubaneswar

ସ୍ବାସ୍ଥ୍ୟ କର୍ମୀଙ୍କ ବୀମା ଯୋଜନା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର

ସ୍ବାସ୍ଥ୍ୟ ସେବା ସହିତ ଜଡିତ କୌଣସି ବୃତ୍ତିଧାରୀ, ଯିଏ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ କିଛି ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି, ତେବେ ତାଙ୍କୁ ଏହି ଯୋଜନା ଅଧୀନରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ସରକାର ପ୍ରାୟ ୨୨ ଲକ୍ଷ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ବୀମା ଯୋଜନାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ମାର୍ଚ୍ଚରେ ୧.୭୦ ଲକ୍ଷ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଂଶ ଭାବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁଯାୟୀ ନ୍ୟୁ ଇଣ୍ଡିଆ ଆସୁରାନ୍ସ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ଜୁନ୍ ୩୦ ରେ ଶେଷ ହେବ।
ଏହି ବୀମା ସାଧାରଣ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ପ୍ରାୟ ୨୨.୧୨ ଲକ୍ଷ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ବ୍ୟକ୍ତିଗତ ଦୁର୍ଘଟଣା କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରିବ। ସେହିପରି ଯେଉଁମାନେ କରୋନାଭାଇରସ୍ ସଂକ୍ରମଣରେ ପୀଡିତଙ୍କ ଚିକିତ୍ସାରେ ନିୟୋଜିତ ହୋଇ ସିଧାସଳଖ ସେମାନଙ୍କ ସଂସ୍ପର୍ଷରେ ଆସୁଛନ୍ତି ଏବଂ ସଂକ୍ରମଣର ଭୟ ରହିଛି, ସେଭଳି ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ମାନେ ମଧ୍ୟ ବୀମା ସୁବିଧା ପାଇପାରିବେ।
ସରକାରୀ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡିକର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୩୦ ମାର୍ଚ୍ଚ ୨୦୨୦ ଠାରୁ କାର୍ଯ୍ୟକାରୀ ହୋଇ ଥିବା ଏହି ବୀମା ଯୋଜନା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ଯୋଜନା ପାଇଁ ଜାତୀୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠି ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀ ଏବଂ ଅନ୍ୟ କେତେକ କର୍ମଚାରୀ ବୀମା ଯୋଜନାରେ ହୋଇପାରିବେ।
ଏହି ଯୋଜନା ସଂପର୍କରେ ଘୋଷଣା କରିବାବେଳେ ଅର୍ଥମନ୍ତ୍ରୀ କହିଥିଲେ ଯେ, ସଫାଇ କର୍ମଚାରୀ, ୱାର୍ଡ-ବଏ, ନର୍ସ, ଆଶା କର୍ମୀ, ପାରାମେଡିକ୍, ଟେକ୍ନିସିଆନ୍, ଡାକ୍ତର ଏବଂ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱତନ୍ତ୍ର ବୀମା ଯୋଜନା ଅନ୍ତର୍ଭୁକ୍ତ କରାଯିବ।
ସେ କହିଛନ୍ତି ଯେ କୌଣସି ସ୍ବାସ୍ଥ୍ୟସେବା ବୃତ୍ତିଧାରୀ ଯିଏ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ କିଛି ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି, ତେବେ ତାଙ୍କୁ ଏହି ଯୋଜନା ଅଧୀନରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।
ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଏବଂ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ୍ତରଖାନା ଏହି ଯୋଜନା ଅଧୀନରେ ରହିବେ ବୋଲି ସେ କହିଛନ୍ତି।
ତେବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପରେ ଏକ ପ୍ରଶ୍ନରେ ସ୍ପଷ୍ଟ କରିଛି ଯେ କୋଭିଡ-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହେବେ।
ବେସରକାରୀ ସ୍ତରରେ ଯେଉଁମାନେ ଏକ ଏଜେନ୍ସି ଜରିଆରେ ଉଭୟ ସାର୍ବଜନୀନ ଏବଂ ବେସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ/ସଂସ୍ଥା ଦ୍ୱାରା ନିୟୋଜିତ ଏବଂ କୋଭିଡ-୧୯ ରୋଗୀଙ୍କ ସିଧାସଳଖ ସଂପର୍କରେ ଆସୁଛନ୍ତି(ନିୟୋଜିତ ହୋଇଥିବା ଅନୁଷ୍ଠାନ/ସଂଗଠନ ମାଧ୍ୟମରେ ସେବା ପ୍ରମାଣ ସହିତ) ଏଥିରେ ସାମିଲ ହୋଇପାରିବେ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories