www.samajalive.in
Sunday, December 14, 2025
19.1 C
Bhubaneswar

ପାକିସ୍ତାନ ବିମାନ ପାଇଁ ଭାରତୀୟ ବାୟୁସୀମା କଟକଣା ଜୁନ ୨୩ ଯାଏ ବୃଦ୍ଧି

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଭାରତ ସରକାର ପାକ୍ ବିମାନ ଉପରେ ଲାଗୁ କରିଥିବା ବାୟୁସୀମା କଟକଣା ଆଉ ଏକ ମାସ ବୃଦ୍ଧି କରିଛନ୍ତି। ଅର୍ଥାତ ଜୁନ ୨୩ ପର୍ଯ୍ୟନ୍ତ ପାକିସ୍ତାନ ବିମାନ ଭାରତୀୟ ବାୟୁସୀମାରେ ପ୍ରବେଶ କରିପାରିବେ ନାହିଁ। ପହଲଗାଓଁ ଆକ୍ରମଣ ପରେ ଭାରତ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଥିଲା।

ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ ନୋଟାମ(ନୋଟିସ ଟୁ ଏୟାରମେନ/ଏୟାର ମିସନ) ଜାରି କରାଯାଇଛି। ନୋଟିସ ଅନୁସାରେ, ପାକିସ୍ତାନର କୌଣସି ଏୟାରଲାଇନ୍ସ ଦ୍ଵାରା ପରିଚାଳିତ, ମାଲିକାନା ଥିବା ଅଥବା ଲିଜ୍‌ ନିଆଯାଇଥିବା ବିମାନ ଉଡ଼ାଣକୁ ଭାରତର ଆକାଶମାର୍ଗରେ ପ୍ରବେଶ ଅନୁମତି ଦିଆଯିବ ନାହିର୍ର୍। ଏଥିରେ ସୈନ୍ୟ ବିଭାଗ ମଧ୍ୟ ସାମିଲ ରହିଛି।

- Advertisement -

ସୂଚନାଯୋଗ୍ୟ, ଭାରତକୁ ଆସୁଥିବା ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନ ଟର୍ବୁଲେନ୍ସ କାରଣରୁ ଜରୁରୀ ଅବତରଣ ଲାଗି ପାକିସ୍ତାନକୁ ଅନୁରୋଧ କରିଥିବାବେଳେ ତାହାକୁ ଅନୁମତି ଦିଆଯାଇ ନ ଥିଲା। ପାକିସ୍ତାନର ଏଭଳି ପଦକ୍ଷେପ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories