www.samajalive.in
Saturday, December 6, 2025
23.1 C
Bhubaneswar

୪ ମାସ ହେବ ସରକାରୀ ବସ୍ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜନସାଧାରଣମାନଙ୍କ ଗମନାଗମନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗତ ୨୦୧୪ ମସିହାରେ ଫୁଲବାଣୀଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଶାଖା ପ୍ରତିଷ୍ଠା କରାଯାଇଥିଲା । ଶାଖା ପ୍ରତିଷ୍ଠା ହେବା ପର‌ଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବସ୍ ଚଳାଚଳ କରୁଥିଲା । ଯାହା ଦ୍ଵାରା ଜନସାଧାରଣଙ୍କ ଯାତାୟାତ କ୍ଷେତ୍ରରେ ସୁବ୍ୟବସ୍ଥା ହୋଇପାରୁଥିଲା । ସେହି ପରିପ୍ରେକ୍ଷୀରେ ଫୁଲବାଣୀ ଠାରୁ କାଟିଙ୍ଗା ପର୍ଯ୍ୟନ୍ତ ଭାୟା- ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗିବାଡ଼ି ଏବଂ ବ୍ରାହ୍ମଣୀ ଗାଁ ଦେଇ ପ୍ରତ୍ୟେକ ଦିନ ୨ ଗୋଟି ସରକାରୀ ବସ୍ ଚଳାଚଳ କରୁଥିଲା । ଯାହା ଦ୍ଵାରା ଜନସାଧାରଣ ମାନେ ଗ୍ରାମାଞ୍ଚଳଠାରୁ ଜିଲ୍ଲାର ସଦର ମହକୁମାକୁ ଯାତାୟାତ କରିପାରୁଥିଲେ ।

କିନ୍ତୁ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ହେବ ଫୁଲବାଣୀ ଠାରୁ କାଟିଙ୍ଗା ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨ ଗୋଟି ସରକାରୀ ବସ୍ କୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ ବନ୍ଦ କରି ଦିଆଯାଇଛି । ଯାହା ଦ୍ଵାରା ବ୍ରାହ୍ମଣୀ ଗାଁ ଅଞ୍ଚଳ ସମେତ ଦାରିଙ୍ଗବାଡି ବ୍ଳକର  ୮ ଗୋଟି ଗ୍ରାମପଞ୍ଚାୟତର ୫୦ ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ମାର୍ଗରେ ପୁନର୍ବାର ବସ୍ ଚଲେଇବା ପାଇଁ ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଫୁଲବାଣୀ ଡିପୋ ମ୍ୟାନେଜର ତଥା ଶାଖା ପରିଚାଳକ ବନ୍ଧନ ଦାସଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ସେ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ।

- Advertisement -

ଆଗାମୀ ୦୩ ରୁ ୪ ଦିନ ମଧ୍ୟରେ ଉଭୟ ଫୁଲବାଣୀ ଠାରୁ କାଟିଙ୍ଗା ଏବଂ କାଟିଙ୍ଗା ଠାରୁ ଫୁଲବାଣୀ ପର୍ଯ୍ୟନ୍ତ ୨ ଗୋଟି ମାର୍ଗରେ ପୁନର୍ବାର ବସ୍ ଚଳାଚଳ କରିବାର ବ୍ୟବସ୍ଥା କରିବା ପାଇଁ ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି, ରାଇକିଆ ଏବଂ ଘୁ.ଉଦୟଗିରି ବାସୀ ଦାବି କରିଛନ୍ତି । ଯଦିଓ ଆଗାମୀ ଦିନ ମଧ୍ୟରେ ନିର୍ଧାରିତ ମାର୍ଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ ପୁନର୍ବାର ବସ୍ ଚଳାଚଳର ବ୍ୟବସ୍ଥା କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ଜନସାଧାରଣ ମାନେ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories