www.samajalive.in
Sunday, December 7, 2025
13.1 C
Bhubaneswar

୪ ମାସ ହେବ ସରକାରୀ ବସ୍ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜନସାଧାରଣମାନଙ୍କ ଗମନାଗମନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗତ ୨୦୧୪ ମସିହାରେ ଫୁଲବାଣୀଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଶାଖା ପ୍ରତିଷ୍ଠା କରାଯାଇଥିଲା । ଶାଖା ପ୍ରତିଷ୍ଠା ହେବା ପର‌ଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବସ୍ ଚଳାଚଳ କରୁଥିଲା । ଯାହା ଦ୍ଵାରା ଜନସାଧାରଣଙ୍କ ଯାତାୟାତ କ୍ଷେତ୍ରରେ ସୁବ୍ୟବସ୍ଥା ହୋଇପାରୁଥିଲା । ସେହି ପରିପ୍ରେକ୍ଷୀରେ ଫୁଲବାଣୀ ଠାରୁ କାଟିଙ୍ଗା ପର୍ଯ୍ୟନ୍ତ ଭାୟା- ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗିବାଡ଼ି ଏବଂ ବ୍ରାହ୍ମଣୀ ଗାଁ ଦେଇ ପ୍ରତ୍ୟେକ ଦିନ ୨ ଗୋଟି ସରକାରୀ ବସ୍ ଚଳାଚଳ କରୁଥିଲା । ଯାହା ଦ୍ଵାରା ଜନସାଧାରଣ ମାନେ ଗ୍ରାମାଞ୍ଚଳଠାରୁ ଜିଲ୍ଲାର ସଦର ମହକୁମାକୁ ଯାତାୟାତ କରିପାରୁଥିଲେ ।

କିନ୍ତୁ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ହେବ ଫୁଲବାଣୀ ଠାରୁ କାଟିଙ୍ଗା ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨ ଗୋଟି ସରକାରୀ ବସ୍ କୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ ବନ୍ଦ କରି ଦିଆଯାଇଛି । ଯାହା ଦ୍ଵାରା ବ୍ରାହ୍ମଣୀ ଗାଁ ଅଞ୍ଚଳ ସମେତ ଦାରିଙ୍ଗବାଡି ବ୍ଳକର  ୮ ଗୋଟି ଗ୍ରାମପଞ୍ଚାୟତର ୫୦ ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ମାର୍ଗରେ ପୁନର୍ବାର ବସ୍ ଚଲେଇବା ପାଇଁ ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଫୁଲବାଣୀ ଡିପୋ ମ୍ୟାନେଜର ତଥା ଶାଖା ପରିଚାଳକ ବନ୍ଧନ ଦାସଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ସେ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ।

- Advertisement -

ଆଗାମୀ ୦୩ ରୁ ୪ ଦିନ ମଧ୍ୟରେ ଉଭୟ ଫୁଲବାଣୀ ଠାରୁ କାଟିଙ୍ଗା ଏବଂ କାଟିଙ୍ଗା ଠାରୁ ଫୁଲବାଣୀ ପର୍ଯ୍ୟନ୍ତ ୨ ଗୋଟି ମାର୍ଗରେ ପୁନର୍ବାର ବସ୍ ଚଳାଚଳ କରିବାର ବ୍ୟବସ୍ଥା କରିବା ପାଇଁ ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି, ରାଇକିଆ ଏବଂ ଘୁ.ଉଦୟଗିରି ବାସୀ ଦାବି କରିଛନ୍ତି । ଯଦିଓ ଆଗାମୀ ଦିନ ମଧ୍ୟରେ ନିର୍ଧାରିତ ମାର୍ଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ ପୁନର୍ବାର ବସ୍ ଚଳାଚଳର ବ୍ୟବସ୍ଥା କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ଜନସାଧାରଣ ମାନେ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories