କିନ୍ନର ଓ ଭିକ୍ଷୁକମାନଙ୍କ ପାଇଁ ‘ସ୍ମାଇଲ’ ଯୋଜନା
ଶନିବାର ଶୁଭାରମ୍ଭ
ନୂଆଦିଲ୍ଲୀ : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କିନ୍ନର ଓ ଭିକ୍ଷୁକ ମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘ସ୍ମାଇଲ’ ଯୋଜନା ଶନିବାର (ଆସନ୍ତାକାଲି) ଶୁଭାରମ୍ଭ କରିବ। ଏହି ଯୋଜନା ବାବଦରେ ମନ୍ତ୍ରଣାଳୟ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ୩୬୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ତାହା ମଧ୍ୟରେ ଦୁଇଟି ଉପଯୋଜନା ରହିଛି। ସେ ଗୁଡ଼ିକ ହେଉଛି କିନ୍ନର ମାନଙ୍କ କଲ୍ୟାଣ ଓ ଥଇଥାନ ପାଇଁ ବ୍ୟାପକ କେନ୍ଦ୍ରୀୟ ଯୋଜନା ଏବଂ ଭିକ୍ଷୁକ (ଭିକ୍ଷାବୃତ୍ତି) ମାନଙ୍କ କଲ୍ୟାଣ ଓ ଥଇଥାନ ପାଇଁ ବ୍ୟାପକ କେନ୍ଦ୍ରୀୟ ଯୋଜନା। ଏହି ଯୋଜନାରେ ସେହି ବର୍ଗର ଲୋକମାନଙ୍କର ଅଧିକାରର ସୁରକ୍ଷା ହେବା ସହ ସେମାନଙ୍କୁ ଆବଶ୍ୟକ ଆଇନଗତ ସୁରକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ଯୋଜନା ଅଧୀନରେ ସେମାନଙ୍କୁ ଚିକିତ୍ସା ସୁବିଧା, ଶିକ୍ଷା ଓ କାମଧନ୍ଦା ତଥା ଆଶ୍ରୟ ପ୍ରଦାନ କରାଯିବ।
Comments are closed.