www.samajalive.in
Monday, December 15, 2025
26.1 C
Bhubaneswar

କରୋନା ଟୀକାକୁ ନେଇ ଅସ୍ପଷ୍ଟତା, ତୃତୀୟ ପର୍ଯ୍ୟାୟରେ ଚାଲିଛି ପରୀକ୍ଷା – ସରକାର

ନୂଆଦିଲ୍ଲୀ: ଭାରତ ତିଆରି କରୁଥିବା କୋଭିଡ-୧୯ ଟୀକା ପାଇବାକୁ ହେଲେ ଲୋକଙ୍କୁ ଆହୁରି ଅନେକ ସମୟ ଅପେକ୍ଷା କରିବାକୁ ପଡିବ। ଟୀକା ​‌କେବେ​‌ ଆସିବ ତାହା କହିବା କଷ୍ଟକର ବୋଲି ​‌ସରକାର ସ୍ପଷ୍ଟ କରିଛନ୍ତି। ଜାତୀୟ ବିଶେଷଜ୍ଞ କମିଟିର ମୁଖ୍ୟ ଡକ୍ଟର ଭି.କେ ପାଲ ଏହା କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଭି.କେ ପାଲ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ତିନୋଟି ଟିକା ଉପରେ ଗବେଷଣା ଜାରି ରହିଛି। ଗୋଟିଏ ଟୀକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି। ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ। ସେହିପରି ଅବଶିଷ୍ଟ ଅନ୍ୟ ଦୁଇଟି ଟିକା ପରୀକ୍ଷା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ତୃତୀୟ ପର୍ଯ୍ୟାୟ କେବେ ଶେଷ ହେବ ତାହା କହିବା କଷ୍ଟକର। ତୃତୀୟ ପର୍ଯ୍ୟାୟ ପରୀକ୍ଷା ବାକି ଦୁଇଟି ପର୍ଯ୍ୟାୟ ଅପେକ୍ଷା ଅଧିକ ସମୟ ନେଇଥାଏ ଏବଂ ଏହା ଚାରିରୁ ଛଅ ସପ୍ତାହ ନେଇପାରେ ବୋଲି ଡକ୍ଟର ପାଲ କହିଛନ୍ତ।

- Advertisement -

ଡକ୍ଟର ପାଲ ଏହା ମଧ୍ୟ କହିଛନ୍ତି ଯେ, ଟୀକା ପରୀକ୍ଷା ବିଫଳ ମଧ୍ୟ ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ନିଶ୍ଚିତ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ପରୀକ୍ଷା ଠିକ୍ ଦିଗରେ ଚାଲିଛି। ସାମ୍ପ୍ରତିକ ସମୟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି, କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories