ରୋଜଭ୍ୟାଲି ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ଜାମିନ ମାମଲା: ସିବିଆଇ ନେଲା ମହଲତ, ୭ରେ ଶୁଣାଣି

0

କଟକ,୨୦ା୭(ବ୍ୟୁରୋ): ରୋଜଭ୍ୟାଲି ଗ୍ରୃପ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଜବାବ ଦାଖଲ ପାଇଁ ସିବିଆଇ ପକ୍ଷରୁ ମହଲତ ଲୋଡାଯାଇଥିଲା। ଫଳରେ ଏହି ମାମଲାରେ ଆସନ୍ତା ୭ରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ପରିଚାଳନା କରୁଛନ୍ତି। ଅଭିଯୁକ୍ତ କୁଣ୍ଡୁକୁ ପ୍ରବର୍ତ୍ତନ ନିର୍ଦେଶାଳୟ ୨୦୧୫ରେ ଗିରଫ କରିଥିଲା। ଏହାପରେ ସିବିଆଇ ତାଙ୍କୁ ୨୦୧୬, ଜାନୁଆରୀ ୨୫ରେ କଲକାତାରୁ ଟ୍ରାଞ୍ଜିଟ ଜିମାରେ ଓଡ଼ିଶା ଆଣିଥିଲା। ଏହାପରେ ସ୍ୱତନ୍ତ୍ର ସିଜେଏମ କୋର୍ଟରେ ସିବିଆଇ ଜିମାରେ ନେବା ପାଇଁ ଆବେଦନ କରିଥିଲା। କୋର୍ଟ ତାଙ୍କୁ ୯ଦିନିଆ ଜିମାରେ ନେଇ ଜେରା କରିଥିଲା। ତେବେ ସିବିଆଇ ୨୦୧୬, ଜାନୁଆରୀ ୭ରେ ରୋଜଭ୍ୟାଲି ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଏହି ସଂସ୍ଥା ଜମାକାରୀଙ୍କ ୧୭ହଜାର କୋଟି ଟଙ୍କା ଠକେଇ କରିଥିବାବେଳେ କେବଳ ଓଡ଼ିଶାରୁ ୪୫୦କୋଟି ଠକେଇ କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଥିଲା।

Leave A Reply