www.samajalive.in
Saturday, December 6, 2025
26.1 C
Bhubaneswar

୧ଲକ୍ଷ ୬୦ହଜାର ଟଙ୍କା ହେରଫେର ମାମଲାରେ ମ୍ୟାନେଜର ଗିରଫ

ଗୋପାଳପୁର: ଏକ ପେଟ୍ରୋଲ ପମ୍ପରେ ୧ଲକ୍ଷ ୬୦ହଜାର ଟଙ୍କା ହେରଫେର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଗୋପାଳପୁର ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପେଟ୍ରୋଲ ପମ୍ପର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଳନିମଖଣ୍ଡି ଥାନା ନିକଟରେ ରହୁଥିବା ଅମରନାଥ ସାହୁ । ସୂଚନା ଅନୁସାରେ ଗୋପାଳପୁର ଥାନା ଅଞ୍ଚଳରେ ଵ୍ରହ୍ମପୁର ମିଲିଟାରୀ ଲାଇନରେ ରହୁଥିବା ଚିତ୍ତ ରଞ୍ଜନ ପାଢିଙ୍କ ଏକ ପେଟ୍ରୋଲ ପମ୍ପ ରହିଛି। ପେଟ୍ରୋଲ ପମ୍ପରେ ଅମରନାଥ ଗତ ୮ମାସ ହେଲା ମ୍ୟାନେଜର ଭାବେ କାମ କରୁଥିଲେ। ଗତ ଏପ୍ରିଲ ୧୯ରୁ ମେ ୬ ତାରିଖ ଯାଏଁ ସେଠାରେ ବିକ୍ରି ହୋଇଥିବା ପେଟ୍ରୋଲ ହିସାବର ଭୁଲ ତଥ୍ୟ ସେ ମାଲିକଙ୍କୁ ଦେଇଥିଲେ। ଉକ୍ତ ୧୭ ଦିନର ପେଟ୍ରୋଲ ବିକ୍ରି ବାବଦକୁ ୧ ଲକ୍ଷ ୬୪ ହଜାର ୮୪୯ ଟଙ୍କା ଉକ୍ତ ମ୍ୟାନେଜର ଆତ୍ମସାତ କରିଥିବା ଯାଞ୍ଚ ବେଳେ ମାଲିକ ଚିତ୍ତରଞ୍ଜନ ପାଢ଼ୀ ଜାଣିବାକୁ ପାଇଥିଲେ।
ଏନେଇ ସେ ତାଙ୍କ ମ୍ୟାନେଜର ଙ୍କୁ ପଚାରିଥିଲେ। ଅମରନାଥ ଟଙ୍କା ଆତ୍ମସାତ କରିଥିବା ସ୍ୱୀକାର କରିବା ସହ ତାହା ମଇ ୧୦ ତାରିଖ ସୁଦ୍ଧା ଫେରସ୍ତ କରିଦେବି ବୋଲି ପେଟ୍ରୋଲ ପମ୍ପ ମାଲିକଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଅମରନାଥ ସାହୁ ପ୍ରଥମେ ତାଙ୍କ ମାଲିକଙ୍କୁ ୪ହଜାର ୮୪୯ ଟଙ୍କା ଫେରସ୍ତ କରିଥିଲା। ବଳକା ୧ ଲକ୍ଷ ୬୦ ହଜାର ଟଙ୍କା ନିର୍ଦ୍ଧାରିତ ସମୟ ମଧ୍ୟରେ ଫେରସ୍ତ କରିନଥିଲେ। ପେଟ୍ରୋଲ ପମ୍ପ ମାଲିକ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗୋପାଳପୁର ଅଂଚଳରୁ ଗିରଫ କରି ପଚରା ଉଚରା କରିବା ପରେ କୋର୍ଟ ଚାଲାଣ କରିଛି ।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories