www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ସିଦ୍ଧି ବିନାୟକ ଚତୁର୍ଥୀ…ପଞ୍ଚମା ପୀଠ ଚଳ ଚଞ୍ଚଳ…

ଗୋପାଳପୁର: ଦକ୍ଷିଣ ଓଡିଶାର ପ୍ରସିଦ୍ଧ ତଥା ଗଞ୍ଜାମ ଜିଲାର ପଞ୍ଚମା ସ୍ଥିତ ସିଦ୍ଧି ବିନାୟକ ପୀଠରେ ଗଣେଶ ଚତୁର୍ଥୀ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ କରିବା ପାଇଁ ଅସ୍ଥାୟୀ ଟ୍ରଷ୍ଟି ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଖପାଖ ଓ ପଡ଼ୋଶୀ ଆନ୍ଧ୍ରରୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଅସ୍ଥାୟୀ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି କ୍ଷ ରଣ୍ଢା ଛକ ଠାରୁ ପଞ୍ଚମା ପଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତମାନଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ରଣ୍ଢା ଛକ ଠାରୁ ଯାନବାହନ ଭିତରକୁ ପ୍ରବେଶ ବାରଣ କରାଯାଇଛି। ଏଥିସହିତ ଭକ୍ତମାନଙ୍କ ନିମନ୍ତେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ସହ ୪ଟି ସ୍ଥାନରେ ଏଲଇଡିର ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଆସିବାକୁ ଭକ୍ତଙ୍କ ନିମନ୍ତେ ୨ ଚକିଆ ଓ ୪ ଚକିଆ ଯାନ ପାକିଂ ପାଇଁ ୨ଟି ପାକିଂ ସ୍ଥଳ ସହିତ ଦର୍ଶନ ପାଇଁ ଆସୁଥିବା ଦିବ୍ୟଙ୍ଗ ଓ ବୟୋଜ୍ୟେଷ୍ଠ ମାନଙ୍କ ନିମନ୍ତେ ୧୫ଟି ଅଟୋର ବ୍ୟବସ୍ଥା କରାଯାଇଛି।

ଶନିବାର ଭୋର୪ ଟା ସମୟ ପୂର୍ବରୁ ବିନାୟକଙ୍କ ସମସ୍ତ ନୀତି କାନ୍ତି ସମାପନ ହେବା ପରେ ଭୋର ୪ଟା ୩୦ ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଠାକୁର ଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଥିବା ନେଇ ଟ୍ରଷ୍ଟି ପକ୍ଷରୁ ସୂଚନା ମିଳିଛି କ୍ଷ ମନ୍ଦିର ପ୍ରବେଶ ପାଇ ବ୍ୟାରିକେଡ ମଧ୍ୟ କରାଯାଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ସୁରକ୍ଷା ପାଇଁ ଜଣେ ଅତିରିକ୍ତ ଏସପି, ୩ଡିଏସପି, ୫ଜଣ ଇନ୍ସପେକ୍ଟର, ୨୫ ଏସଆଇ ଓ ଏଏସଆଇ ପୋଲିସ ସମେତ ୪ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories