www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଭାର ଉତ୍ତୋଳନରେ ବ୍ରୋଞ୍ଜ ପଦକ

ଗୋପାଳପୁର : ଚଣ୍ଡିଗଡ ସ୍ଥିତ ଚଣ୍ଡିଗଡ ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ମହିଳା ବର୍ଗର ଭାର ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୨ ଜଣ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବାଲିପଦର ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସଂଧ୍ୟା ରାଣୀ ନାୟକ ୪୯ କେଜି ବର୍ଗରେ ଭାଗ ନେଇଥିଲେ। ସେ ସ୍ନ।ଚରେ ୬୭ ଜ।ର୍କ ୮୩ ମୋଟ ୧୫୦ ଭାର ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଚିକିଟି ମହାବିଦ୍ୟାଳୟର ସଂଗୀତା ପାଢ଼ୀ ୭୧ କେଜି ବର୍ଗରେ ଭାଗ ନେଇ ସ୍ନ।ଚରେ ୭୫ ଜ।ର୍କ ୯୫ ମୋଟ ୧୭୦ କେଜି ଭାର ଉତ୍ତୋଳନ କରି ୮ମ ସ୍ଥାନରେ ରହି ଅଲ୍ ଇଣ୍ଡିଆ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି। ଏହି ପ୍ରତିଯୋଗିତା ଫେବୃଆରୀ ମାସ ୭ ତାରିଖ ଠାରୁ ୯ ତାରିଖ ପର୍ୟ୍ୟନ୍ତ ହିମାଚଳ ପ୍ରଦେଶର କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ଏଥିରେ ଏହି ୨ ଜଣ ଭାଗ ନେବେ ବୋଲି କ୍ରୀଡା ପରିଷଦ ପକ୍ଷରୁ ସୂଚନା ମିଳିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories