www.samajalive.in
Saturday, December 6, 2025
16.1 C
Bhubaneswar

ପଞ୍ଚମା ସିଦ୍ଧି ବିନାୟକ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ, ଶୃଙ୍ଖଳିତ ଭାବେ ଦର୍ଶନ କଲେ ଶ୍ରଦ୍ଧାଳୁ

ଗୋପାଳପୁର: ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ବିଘ୍ନ ବିନାଶକ ଗଣେଶଙ୍କ ପୂଜା ପାଳିତ ହେଉଥିବା ବେଳେ ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ଠାରେ ଥିବା ସିଦ୍ଧ ବିନାୟକ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ। ଏହି ଅବସରରେ ଆନନ୍ଦ ଉଲ୍ଲାସର ସହ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ରାତି ୧ ଟା ୪୫ ମିନିଟରୁ ୪.୩୦ଟା ପର୍ଯ୍ୟନ୍ତ ମନ୍ଦିର ପୂଜକମାନଙ୍କ ଦ୍ବାରା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ୪.୩୦ରେ ସାଧାରଣ ଭକ୍ତଙ୍କ ନିମନ୍ତେ ମନ୍ଦିର ଦ୍ବାରା ଖୋଲାଯାଇଥିଲା।ଏହି ଅବସରରେ ବ୍ରହ୍ମପୁର ଉପଜିଲାପାଳ ତଥା ମନ୍ଦିର ପରିଚାଳନା କମିଟିର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ସଦସ୍ୟ ଭି.କୀର୍ତ୍ତି ଭାସନ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଦାସ ପ୍ରମୁଖ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳ, ଡିଆରଡିଏ ଉପାଧ୍ୟକ୍ଷା ଏସ.ରାଜେଶ୍ବରୀ ଦୋରା, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ପୂଜା କରିଥିଲେ। ଭୋର ସମୟରେ ଅନେକ ଶ୍ରଦ୍ଧାଳୁ ପରିବାର ସହ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଚଳିତବର୍ଷ ରଣ୍ଢା ସରପଞ୍ଚଙ୍କ ‌‌‌‌‌‌‌‌‌ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ରଣ୍ଢା ଛକରୁ ୫ ଟି ସ୍ବତନ୍ତ୍ର ଅଟୋର ବ୍ୟବସ୍ଥା ସହ ଏଥିରେ ବୟୋଜ୍ୟେଷ୍ଠ ଓ ଶିଶୁ ମାନଙ୍କୁ ନେବା ଆଣିବା ନିମନ୍ତେ ନିୟୋଜିତ କରାଯାଇଥିବା ବେଳେ ଦିବ୍ୟାଙ୍ଗଙ୍କ ନିମନ୍ତେ ଅତିରିକ୍ତ ୨ଟି ଅଟୋର‌‌ ବ୍ୟବସ୍ଥା କରାଯାଇଛି।

ଏହାସହ ମନ୍ଦିର ପରିସରରେ ମଧ୍ୟ ଦିବ୍ୟାଙ୍ଗଙ୍କ ଦର୍ଶନ ନିମନ୍ତେ ସୁବ୍ୟବସ୍ଥିତ ବ୍ୟବସ୍ଥା କରାଯାଇଛି। ମନ୍ଦିର କମିଟି ପକ୍ଷରୁ ଲଡୁ ଓ ଖେଚୋଡି ବିକ୍ରି ର ବ୍ୟବସ୍ଥା କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହାନ୍ତଙ୍କ ପକ୍ଷରୁ ରଣ୍ଢା ଛକ ଠାରୁ ମନ୍ଦିର ପରିସର ପର୍ଯ୍ୟନ୍ତ ପୁଲିସ ବ୍ୟବସ୍ଥା କରାଯାଇଥିଲା। ୨ପ୍ଲାଟୁନ ପୁଲିସ ଫୋର୍ସ ସହ ୩୫ ଜଣ ଏସଆଇ, ଏଏସଆଇ ମୁତୟନ କରାଯାଇଥିବାବେଳେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି ସମେତ ୩ଜଣ ଇନ୍ସପେକ୍ଟର ପରିଚାଳନା ଦାୟିତ୍ବରେ ଥିଲେ, ମେଡିକାଲ ଟିମ, ଅଗ୍ନିଶମ ବିଭାଗ ମଧ୍ୟ ନିୟୋଜିତ ରହିଥିଲେ। ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ନିମନ୍ତେ ସ୍ବତନ୍ତ୍ର ଦର୍ଶନ ରହିଥିବାବେଳେ ଏମାନଙ୍କ ନିମନ୍ତେ ମନ୍ଦିର ନିକଟକୁ ଯିବା ନିମନ୍ତେ ଅଟୋର ବ୍ୟବସ୍ଥା କରାଯାଇଥିଲା। ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି। ଏଥିସହ ଦର୍ଶନ ଟିକେଟ ମୂଲ୍ୟ ୧୦ଟଙ୍କା ରଖାଯାଇଥିବାବେଳେ ଜୋତା ଷ୍ଟାଣ୍ଡ ଦେୟ ମୁକ୍ତ କରାଯିବା ସହିତ ପାନୀୟ ଜଳ ସହ ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ ସିଦ୍ଧି ବିନାୟକଙ୍କ ଦର୍ଶନ କରିପାରିବେ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆଜିର ଏହି ଯାତ୍ରାରେ ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories