www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟସ୍ତରୀୟ ଭାରୋତ୍ତଳନରେ ବିଶ୍ବରଂଜନ ବାଗଙ୍କୁ ରୌପ୍ୟ

କଣ୍ଟାବାଞ୍ଜି: ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ଚମ୍ପିୟାନସିପ ପ୍ରତିଯୋଗିତା ଗତ ୧୯ ତାରିଖରୁ ୨୧ଅଗଷ୍ଟ ପର୍ଯ୍ୟନ୍ତ ମଞ୍ଚେଶ୍ୱର ଭୁବନେଶ୍ୱରଠାରେ ଭାରତୀୟ ଜାତୀୟ ଭାର ଉତ୍ତୋଳନ ସଙ୍ଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାର ପ୍ରତି ଜିଲ୍ଲାରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ବଲାଙ୍ଗୀର ଜିଲ୍ଲା ୧୩ ଗୋଟି ସ୍ବର୍ଣ୍ଣ, ୭ଗୋଟି ରୌପ୍ୟ ଓ ୬ ଗୋଟି କାଂସ୍ୟ ପଦକ ହାସଲ କରିଛି। ଏହି ପ୍ରତିଯୋଗିତାରେ ୯୦ କିଲୋ ବର୍ଗରେ ଲେବଡ଼ା ମହାବୀର ଜିମ୍ନାସିୟମରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମଲକାସଡା ଗ୍ରାମରୁ ବିଶ୍ୱରଂଜନ ବାଗ ରୌପ୍ୟ ପଦକ ହାସଲ କରି ୨ୟ ସ୍ଥାନ ହାସଲ କରିଛନ୍ତି । ଏଥିସହ ଆସନ୍ତା ସେପ୍ଟେମ୍ବର ୨୨ତାରିଖରେ ବିଶ୍ୱରଂଜନ ଜାତୀୟ ସ୍ତରରେ ହେବାକୁ ଯାଉଥିବା ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ ତରଫରୁ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ଚୟନ ହୋଇଛନ୍ତି । ଏହାକୁ ନେଇ ଗାଁର ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ବିଶ୍ୱରଂଜନ ନିଜ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଏପରିକି ସହରାଞ୍ଚଳରେ ଅତ୍ୟାଧୁନିକ ଜିମ୍ନାସିୟମଗୁଡ଼ିକ ଥିବା ସତ୍ତ୍ବେ ଗ୍ରାମାଞ୍ଚଳରୁ ଅଂଶ ଗ୍ରହଣ କରି କୃତିତ୍ବ ଲାଭ କରି ଅନେକ ଯୁବକଙ୍କ ପାଇଁ ପ୍ରେରଣା ସ୍ରୋତ ପାଲଟିଛନ୍ତି ବିଶ୍ଵରଞ୍ଜନ। ଆମ ପ୍ରତିନିଧିଙ୍କ ସାକ୍ଷାତକାରରେ ବିଶ୍ୱରଂଜନ ଆଗକୁ ଆହୁରି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡିକରେ ଅଂଶଗ୍ରହଣ କରି ଦେଶ ବିଦେଶରେ ରାଜ୍ୟ ପାଇଁ ସୁନାମ ଆଣିବାକୁ ଇଚ୍ଛା ପ୍ରକାଶ କରିବା ସହ ନିଜ ଅଞ୍ଚଳର ଯୁବପିଢ଼ିଙ୍କୁ ସୁସ୍ଥ ସମାଜ ଗଠନ ପାଇଁ ଆହ୍ବାନ କରିଛନ୍ତି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories